ଧର୍ମଶାଳାରେ ଇଭିଏମ୍ ବଦଳ ଅଭିଯୋଗ । ବ୍ଲକ କାର୍ଯ୍ୟାଳୟ ନିକଟରେ ପଥରମାଡ଼ । ପୋଲିସ ଗାଡ଼ି ଓ ଲକ୍ଷ୍ମୀ ବସ୍ ଭଙ୍ଗାରୁଜା

390

କନକ ବ୍ୟୁରୋ: ଯାଜପୁର ଧର୍ମଶାଳାରେ ଇଭିଏମ୍ ବଦଳ ଅଭିଯୋଗ ନେଇ ଉତ୍ତେଜନା । ବ୍ଲକ କାର୍ଯ୍ୟାଳୟ ନିକଟରେ ପଥର ମାଡ଼ ସହ ଗୋଟିଏ ପୋଲିସ ଗାଡ଼ି ଓ ଦୁଇଟି ଲକ୍ଷ୍ମୀ ବସରେ ଭଙ୍ଗାରୁଜା କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ । ବିଳମ୍ବିତ ରାତିରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ କରିଛି ପୋଲିସ । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଛି । ଯାଜପୁର ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାର ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ତନାଘନା ଚଳାଇଛି ।