ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର

214

କନକ ବ୍ୟୁରୋ : ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସୁସ୍ମିତାଙ୍କର କାହିଁକି ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଦ୍ୱନ୍ଦ୍ୱ ଜାରି ରହିଛି । ଗତ ୧୬ ତାରିଖରେ ରାଜଗାଙ୍ଗପୁର କେଶରାମାଲ ସ୍ଥିତ ବାସଭବନରୁ କାର୍ଯ୍ୟାଳୟକୁ ଆସି ଆଉ ଫେରିନଥିଲେ ସୁସ୍ମିତା । ୧୭ ତାରିଖରେ ସୁସ୍ମିତାଙ୍କ ଭାଇ ସନ୍ଦୀପ ମିଞ୍ଜ ଉଦିତନଗର ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ । ତା’ପରେ ଏକ ହୋଟେଲରେ ସୁସ୍ମିତା ଥିବା ନେଇ ଜାଣିବାକୁ ପାଇଥିଲେ । ପରିବାର ଲୋକ ହୋଟେଲ ଆସି ତାଙ୍କୁ ନେବାକୁ ଚାହୁଁଥିବାରୁ ସୁସ୍ମିତା ତାଙ୍କ ସହ ଯିବାକୁ ମନା କରିଥିଲେ । ଏହା ପରେ ୧୯ ତାରିଖ ଦିନ ସୁସ୍ମିତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଅଧାରରେ ତଦନ୍ତ ଜାରି ରଖିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହୁଥିବା ବେଳେ ସୁସ୍ମିତାଙ୍କ ମା’ ଓ ଭାଇ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।