ହନୁମାନ ପଇସା ବିକ୍ରି ପାଇଁ ହେଉଥିଲା ଡିଲ୍: ଗ୍ରାହକ ବେଶରେ ଯାଇ ଅଭିଯୁକ୍ତଙ୍କୁ ଧରିଲେ ମହିଳା ଆଇଆଇସି ଲଳିତା ପ୍ରଧାନ

190

କନକ ବ୍ୟୁରୋ: ପାଂଚ ଲକ୍ଷ ଟଙ୍କାରେ ହନୁମାନ ପଇସା ବିକ୍ରି ପାଇଁ ହେଉଥିଲା ଡିଲ୍ । ଅଣା ପଇସାରେ ହନୁମାନ ଥିବା ବେଳେ ବିକ୍ରି ପାଇଁ ଡିଲ୍ କରୁଥିଲେ ଜଣେ ବେପାରୀ । ଆଉ ବେପାରୀ ଜଣଙ୍କ ଡିଲ୍ କରୁଥିବା ମହିଳା ଜଣଙ୍କ ହେଉଛନ୍ତି ଜଣେ ପୁଲିସ । ଗ୍ରାହକ ବେଶରେ ଯାଇ ହନୁମାନ ପଇସା ବିକ୍ରି ପାଇଁ ଡିଲ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ଦେବଗଡ ପୁଲିସ । ରିଆମାଳ ଥାନା ଅନ୍ତର୍ଗତ କତ୍ରାପାଲି ଗାଁରେ ୫ ଲକ୍ଷ ଟଙ୍କାରେ ହନୁମାନ ପଇସା ବିକ୍ରି ପାଇଁ ଡିଲ୍ ହେଉଥିବା ଖବର ପାଇଁ ଗ୍ରାହକ ବେଶରେ ଯାଇଥିଲେ ଆଇଆଇସି ଲଳିତା ପ୍ରଧାନ । ଅଭିଯୁକ୍ତ ଯୁଗୀ ନାଗ ମହିଳା ଆଇଆଇସିଙ୍କ ସହ ଡିଲ କରିବା ବେଳେ ତାଙ୍କୁ ଗିରଫ କରିଛି ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସର ସ୍ୱେଶାଲ ସ୍କାର୍ଡ ଟିମ୍ ।