ନେତାଙ୍କୁ ଘେରିଗଲେ ଜନତା: ଉନ୍ନୟନମୂଳକ କାମର ମାଗିଲେ ହିସାବ

94

କନକ ବ୍ୟୁରୋ: ପ୍ରତି ପାଂଚ ବର୍ଷରେ ନିର୍ବାଚନ ହୁଏ । ଭୋଟ ନେବାକୁ ନେତା ଜନତାଙ୍କ ପାଖକୁ ଆସନ୍ତି । କିନ୍ତୁ ନିର୍ବାଚନ ସରିଲେ ଆଉ ନେତାଙ୍କ ଦେଖା ମିଳେନି ବୋଲି ଅଭିଯୋଗ ହୁଏ । ଆଉ ଯେତେବେଳେ ଜନତାଙ୍କ ଗହଣକୁ ନେତା ଯାଆନ୍ତି ସେମାନଙ୍କୁ ହିସାବ ମାଗନ୍ତି ଭୋଟର । ଆଜି ସେମିତି ଖବର ଦେଖିବାକୁ ମିଳିଛି ନବରଂଗପୁରରେ । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜ ନିର୍ବାଚନମଣ୍ଡଳୀକୁ ଯାଇଥିବାବେଳେ ଘେରି ଯାଇ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।

ନିଜ ନିର୍ବାଚନମଣ୍ଡଳିକୁ ଗସ୍ତରେ ଯାଇ ହଟହଟା ହୋଇଛନ୍ତି ବିଧାୟକ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଲୋକ ଘେରିଯାଇ ଲୋକେ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ।

ବିଧାୟକ କରିଥିବା ଉନ୍ନତିମୂଳକ କାମର ହିସାବ ଜନତା ମାଗୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଡାବୁଗାଁ ନିର୍ବାଚନମଣ୍ଡଳିର କୋଷାଗୁମଡାକୁ ବିଧାୟକ ଯାଇଥିବା ବେଳେ ତାଙ୍କୁ ଘେରିଯାଇଥିଲେ ଅଂଚଳର ଯୁବଗୋଷ୍ଠୀ । ପଚାରିଥିଲେ ଅଂଚଳରେ କେଉଁ କେଉଁ ଉନ୍ନତିମୂଳକ କାମ କରିଛନ୍ତି? ବିଧାୟକ ପାଣ୍ଠିରୁ କୋଷାଗୁମଡା ଅଂଚଳର ବିକାଶ ପାଇଁ କେତେ ଖର୍ଚ୍ଚ କରିଛନ୍ତି? ଜନତା ପ୍ରଶ୍ନ ଉପରେ ପ୍ରଶ୍ନ କରିବାରୁ ମନୋହର ରନ୍ଧାରୀ ହଡବଡେଇ ଯାଇଥିଲେ । ଯାହା ଏବେ ଭାଇରାଲ ହେଉଛି । ଆଉ ଭାଇରାଲ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବିଧାୟକ ଭୁଜବଳ ମାଝୀ । ଅନ୍ୟପଟେ ବିରୋଧୀ ଇର୍ଷା ହୋଇ ଭିଡିଓକୁ ଭାଇରାଲ କରୁଛନ୍ତି ହେଲେ ଜନତାଙ୍କ ଆଶିର୍ବାଦ ତାଙ୍କ ସହ ଅଛି ବୋଲି କହିଛନ୍ତି ମନୋହର ରନ୍ଧାରୀ ।

ଯେତେବେଳେ ଜାଗ୍ରତ ହୁଅନ୍ତି ଜନତା । ଚୁପ ହୋଇଯାଆନ୍ତି ଉନ୍ନୟନମୂଳକ କାମ ର ବାହାସ୍ଫୋଟ ମାରୁଥିବା ନେତା । ଏଭଳି ଦୃଶ୍ୟ ବର୍ତ୍ତମାନ ନବରଙ୍ଗପୁର ରାଜନୀତି କୁ ସରଗରମ କରିଦେଇଛି । ନିଜ ନିର୍ବାଚନ ମଣ୍ଡଳୀ କୁ ଗସ୍ତ ରେ ଯାଇ ହଟହଟା ବିଧାୟକ । ନେତା ଙ୍କୁ ଘେରିଲେ ଜନତା । ବିଧାୟକ ଙ୍କ ଦ୍ୱାରା ହୋଇଥିବା ଉନ୍ନତ ମୂଳକ କାମ ର ହିସାବ ମାଗିଲେ ଜନତା । ଜନତା ଙ୍କ ପ୍ରଶ୍ନ ବାଣ ରେ ଘାଇଲା ବିଧାୟକ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ବିଧାୟକ ମନୋହର ରନ୍ଧାରୀ ଙ୍କୁ ଅଞ୍ଚଳ ର ଉନ୍ନତି ପାଇଁ ସେ କରିଥିବା କାମର ହିସାବ ମାଗିଲେ ଜନତା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ନିଜ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଷାଗୁମୁଡ଼ା ବ୍ଲକ ର ବୋଲି ଚର୍ଚ୍ଚା ହେଉଛି । ନିଜ ନିର୍ବାଚନ ମଣ୍ଡଳୀ କୋସାଗୁମୁଡା ଅଞ୍ଚଳ କୁ ଗସ୍ତ ରେ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବ ଗୋଷ୍ଠୀ ବିଧାୟକ ଙ୍କୁ ଘେରି ଯାଇ ନିର୍ବାଚନ ସରି ୫ ବର୍ଷ ବିତି ଯାଇଥିବା ବେଳେ ବିଧାୟକ ଭାବେ ନିର୍ବାଚିତ ହୋଇ ଅଞ୍ଚଳ ର କେଉଁ କେଉଁ ଉନ୍ନତିମୂଳକ କାମ କରିଛନ୍ତି ତାହାର ହିସାବ ମାଗୁଥିବା ଭିଡିଓ ରେ ଦେଖା ଯାଉଚି ।

ଏଥିସହ ବିଧାୟକ ପାଣ୍ଠି ର ଅନୁଦାନ ବାର୍ଷିକ ୩ କୋଟି ହୋଇଥିବା ବେଳେ ସେଥିମଧ୍ୟରୁ ସ୍ଥାନୀୟ କୋଷାଗୁମୁଡ଼ା ଅଞ୍ଚଳର ବିକାଶ ପାଇଁ ବିଧାୟକ ପାଣ୍ଠି ର କେତେ ଅନୁଦାନ ବିନିଯୋଗ ହୋଇଛି ତାହାର ଜବାବ ମାଗିଥିଲେ । ଏଥିସହ ସାଂସଦ ପାଣ୍ଠି ର ମଧ୍ୟ କେତେ ଟଙ୍କା ବିନିଯୋଗ କରିଛନ୍ତି ତାହାର ହିସାବ ମାଗିଛନ୍ତି ଯୁବ ଗୋଷ୍ଠୀ । ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବହୁତ କାର୍ଯ୍ୟ କରିଥିବା ବିଧାୟକ କହୁଥିବା ବେଳେ ଯୁବ ଗୋଷ୍ଠୀ ତରଫରୁ ତାହାର ଗୋଟିଏ ପରେ ଗୋଟିଏ ପ୍ରଶ୍ନରେ ବିଧାୟକ ହଡବଡେଇ ଯାଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେତେବେଳେ ଖୋଦ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଥିବା ବିଧାୟକ ମନୋହର ରନ୍ଧାରୀ ଙ୍କୁ ଜନତା କାମ ର ହିସାବ ମାଗନ୍ତି ତେବେ ଏଭଳି ପରିସ୍ଥିତି ରେ କିଭଳି ଜିଲ୍ଲାରେ କିଭଳି ଉନ୍ନୟନମୂଳକ କାମ ଚାଲିଥିବ ତାହା ବେଶ ଠଉରେଇ ହେଉଛି । ତେବେ ଆଗାମୀ ଦିନରେ ଏହି ଘଟଣା ଜିଲ୍ଲା ରାଜନୀତି ରେ କିଭଳି ପ୍ରଭାବ ପଡିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବିଧାୟକ ଙ୍କ ନିଜସ୍ୱ କୌଣସି ଯୋଜନା ଓ ଭୂମିକା ରହିଛି ନା କେବଳ ମୁଖ୍ୟମନ୍ତ୍ରୀ ଙ୍କ ଯୋଜନାରେ ଭୋଟ ହାତଉଛନ୍ତି ତାହା ବିରାଟ ପ୍ରଶ୍ନ ଉଠୁଛି । ଆଗାମୀ ଦିନରେ ଏଭଳି ଘଟଣା କେଉଁ ଅଞ୍ଚଳ କୁ ବ୍ୟାପୁଛି ତାହା ଦେଖିବାକୁ ବାକି ରହିଲା ।