ଆଜି ନିଜ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ । ମା’ ତାରିଣୀଙ୍କୁ କରିବେ ଦର୍ଶନ ପରେ ୩ଟି ସ୍ଥାନରେ କରିବେ ରୋଡ ସୋ  ।

378

କନକ ବ୍ୟୁରୋ: ଆଜି ନିଜ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ପୂର୍ବାହ୍ନ ୧୦ଟା ୨୫ରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଘଟଗାଁ ହାଇସ୍କୁଲ ପଡ଼ିଆରେ ପହଁଚିବେ  । ସେଠାରୁ ରୋଡ ସୋରେ ଯାଇ ମାଆ ତାରିଣୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି  । ଏହାପରେ କେନ୍ଦୁଝର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ସାରି ବଳଦେବ ଜିଉଙ୍କ ଦର୍ଶନ କରିବେ  । ସେଠାରୁ ପୁଣି ରୋଡ ସୋ କାର୍ଯ୍ୟକ୍ରମ ରହିଛି  । ଦିନ ୧୧ଟାରେ ରାଇକେଲାରୁ ଝୁମ୍ପୁରା ଦୁର୍ଗାପଡ଼ିଆ ଯାଏ ମଧ୍ୟ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି  ।