ସନ୍ଧ୍ୟା ସାଢେ ୭ଟାରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

286

କନକ ବ୍ୟୁରୋ: ସନ୍ଧ୍ୟାରେ ସମ୍ବୋଧନ ରଖିବେ ମୁଖ୍ୟମନ୍ତ୍ରୀ । ସୋମବାର ସନ୍ଧ୍ୟା ସାଢେ ୭ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ । କରୋନା କାଳରେ ଆଜିଠୁ ରାଜ୍ୟରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀଙ୍କୁ ଏନେଇ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇପାରନ୍ତି ବୋଲି କୁହାଯାଉଛି ।

ରାଜ୍ୟରେ କୋଭିଡ୍ କାରଣରୁ ଦୀର୍ଘଦିନ ହେଲା ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ପିଲାମାନେ କେବଳ ଅନଲାଇନ ଜରିଆରେ ପାଠ ପଢୁଥିଲେ । ତେବେ କିଛି ଦିନ ତଳେ ରାଜ୍ୟ ସରକାର ସ୍କୁଲ ଖୋଲିବାକୁ ଘୋଷଣା କରିଥିଲେ । ଯାହାଫଳରେ ଆଜିଠୁ ରାଜ୍ୟରେ ସପ୍ତମ ଶ୍ରେଣୀରୁ ଉପରକୁ ସମସ୍ତ କ୍ଲାସ୍ ଖୋଲିଛି । ତେଣୁ ମହାମାରୀ ସମୟରେ ସ୍କୁଲ, କଲେଜ ଖୋଲିଥିବାରୁ ପିଲାମାନଙ୍କୁ ଏ ସମ୍ଭନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିପାରନ୍ତି ମୁଖ୍ୟମନ୍ତ୍ରୀ ।