ସାଧାରଣ ଜନତାଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ: ରାଜ୍ୟ ଅତିଥି ଭବନରେ ମୋହନ ମାଝୀଙ୍କୁ ଭେଟି ଆଲୋଚନା କରୁଛନ୍ତି ଲୋକେ

201

କନକ ବ୍ୟୁରୋ: ସାଧାରଣ ଜନତାଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ଅତିଥି ଭବନରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ସାଧାରଣ ଲୋକ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ନିଜର ଅସୁବିଧା ସମ୍ପର୍କରେ ଅବଗତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଶତାଧିକ ଲୋକ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଛି । ଦିର୍ଘ ୨୪ ବଷ ପରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି ଆଲୋଚନା କରିଥିବାରୁ ଖୁସୀ ବ୍ୟକ୍ତ କରିଛନ୍ତି ଲୋକେ ।