ଭରତପୁର ତାରିଣୀ ବସ୍ତିରେ ଯୁବତୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

135

କନକ ବ୍ୟୁରୋ: ଭୁବନେଶ୍ବର ଉପକଣ୍ଠ ଭରତପୁରରେ ଜଣେ ଯୁବତୀଙ୍କ ମୃତଦେହ ଜବତ ହୋଇଛି । ଉକ୍ତ ଯୁବତୀଙ୍କୁ ହତ୍ୟା କରି ଫିଙ୍ଗି ଥିବା ସନ୍ଦେହ କରାଯାଉଛି । ଭୋଜି ଭାତ କରି ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଫରେନସିକ ଟିମ ଏବଂ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଛନ୍ତି । ମୃତ ଯୁବତୀ ଜଣକ ସୁରେଖା ପଲେଇ ଓ ସେ ବ୍ରହ୍ମଗିରି ଅଞ୍ଚଳର ବୋଲି ଜଣାପଡ଼ିଛି । ତାଙ୍କ ମୃତଦେହ ନିକଟରୁ ୨ ଟି ମୋବାଇଲ ଜବତ କରିଛି ପୁଲିସ ।

ଗତକାଲି ରାତିରେ ଯୁବତୀଙ୍କ ସହ କିଛି ଯୁବକ ଭୋଜି କରିଥିଲେ । ଯୁବତୀଙ୍କ ମୃତ୍ୟ ପରେ ମର ଶରୀରକୁ ଅନ୍ୟ ଏକ ଘରେ ପକାଇ ହତ୍ୟାକରୀମାନେ ଫେରାର ହୋଇଯାଇଥିଲେ । ଯୁବତୀଙ୍କ ବେକରେ ଦାଗ ରହିଛି ତାଙ୍କୁ ହତ୍ୟା କରାଯାଇଛି କିମ୍ବା ସେ ଆତ୍ମହତ୍ୟା କରିଛନ୍ତି ତାହା ସନ୍ଦେହ ଘେରରେ ରହିଛି ।