ସରକାରୀ ଅଫିସରେ ବନ୍ଦ ରହିବ ବାୟୋମେଟ୍ରିକ୍ ଉପସ୍ଥାନ । କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି କେନ୍ଦ୍ରର ବଡ ନିଷ୍ପତ୍ତି ।

197

କନକ ବ୍ୟୁରୋ: ସରକାରୀ ଅଫିସରେ ବନ୍ଦ ରହିବ ବାୟୋମେଟ୍ରିକ୍ ଉପସ୍ଥାନ । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଦେଶରେ ଗତ କିଛି ଦିନ ହେଲା କୋଭିଡ୍ ସଂକ୍ରମଣ ଉପରମୁହାଁ ହୋଇଛି । ଦେଶରେ ଓମିକ୍ରନ୍ ଆତଙ୍କ ମଧ୍ୟ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ସରକାରୀ ଅଫିସରେ କର୍ମଚାରୀମାନେ ବାୟୋମେଟ୍ରିକ୍ ଜରିଆରେ ଉପସ୍ଥାପନ କଲେ, ସଂକ୍ରମଣ ବଢିବାର ଆଶଙ୍କା ରହିଛି । ତେଣୁ ଏହାକୁ ଆଖି ଆଗରେ ରଖି ସରକାର ବାୟୋମେଟ୍ରିକ୍ ଉପସ୍ଥାନକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି ।