ସାମ୍ନାକୁ ଆସିଲା ବୁଖାରୀର ସାଂଘାତିକ ଷଡଯନ୍ତ୍ର: ଯୁବତୀଙ୍କ ଜରିଆରେ କରୁଥିଲା ହନିଟ୍ରାପ

174

କନକ ବ୍ୟୁରୋ: ସାମ୍ନାକୁ ଆସିଲା ବୁଖାରୀର ସାଂଘାତିକ ଷଡଯନ୍ତ୍ର । ଯୁବତୀଙ୍କୁ ବ୍ୟବହାର କରି କରୁଥଲା ହନିଟ୍ରାପ୍ । ଯୁବତୀଙ୍କ ସହ ଯୋଗାଯୋଗ ରଖିବା ପାଇଁ ନିଜେ କରିଥିଲା ଆପ୍ । ଯୁବତୀଙ୍କ ସହ ସମ୍ପର୍କ ରଖି ହନିଟ୍ରାପରେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି । ଏହି ଆପ୍ ଜରିଆରେ ବିଭିନ୍ନ ଯୁବତୀଙ୍କ ସହ ଯୋଗାଯୋଗରେ ରହଥିଲା ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀ । ଯେଉଁମାନେ ନ୍ୟୁଡ କଲରେ ସାମିଲ ହେଉଥିଲେ ତାଙ୍କ ଠାରୁ ମୋଟା ଅଙ୍କର କମିଶନ ନେଉଥିଲା । ଏପରିକି ଓଡ଼ିଶାର ଦୁଇ ଜଣ ଯୁବତୀଙ୍କ ସହ ସମ୍ପର୍କରେ ଥିଲା ବୁଖାରୀ । ଏସବିଆଇ, ଜେ ଆଣ୍ଡ କେ ବ୍ୟାଙ୍କ ସମେତ ୯ଟି ବ୍ୟାଙ୍କରେ ବୁଖାରୀର ବ୍ୟାଙ୍କ ଆକାଉଂଟ ରହିଥିବା ଜଣାପଡ଼ିଛି । ସେଥିରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି ।