ସାମ୍ନାକୁ ଆସିଲା ଭୁବନେଶ୍ୱରରେ ସାଇବର ଠକେଇର ବାର୍ଷିକ ରିପୋର୍ଟ: ୧୨ମାସରେ ଯାଇଛି ୧୩କୋଟି ଫେରିଛି ୨କୋଟି ଟଙ୍କା

134

କନକ ବ୍ୟୁରୋ: ସାମ୍ନାକୁ ଆସିଲା ସାଇବର ଠକେଇର ବାର୍ଷିକ ରିପୋର୍ଟ । ୧୨ମାସରେ ଯାଇଛି ୧୩କୋଟି ଫେରିଛି ୨କୋଟି ଟଙ୍କା । ବିଭିନ୍ନ ରକମର ଥୋପ ଲଗାଇ ଲୁଟିଛନ୍ତି ସାଇବର ଲୁଟେରା । କେତେବେଳେ କ୍ରେଡିଟ କାର୍ଡ ତ ପୁଣି କେତେବେଳେ ଲୋନ୍ ଆପ୍ ଓ ନ୍ୟୁଡ କଲ ଏବଂ ଫେକ୍ କଲ ମାଧ୍ୟମରେ ଲୁଟିଛନ୍ତି ଲୁଟେରା । କେବଳ ଏତିକି ନୁହେଁ, କ୍ରେଡିଟ କାର୍ଡ, ଇନସୁରାନ୍ସ, ବୁଦ୍ୟତ ବିଲ ପୈଠ, ଅନଲାଇନ ସପିଂ, ଟ୍ରାଭେଲ ଟିକେଟ ଠକେଇ ଭଳି ହଜାର ହଜାର ଅଭିଯୋଗ ଥାନାରେ ରୁଜୁ ହୋଇଛି ।

ଲୁଟ୍ କଲେ ୧୩କୋଟି, ଫେରିଲା ୨କୋଟି
– ୧୨ମାସରେ ୧୩କୋଟି ଠକେଇ
– ଫେରିଛି ମାତ୍ର ୨କୋଟି ୭୦ଲକ୍ଷ ଟଙ୍କା
– ବର୍ଷକରେ ୩୮୧୧ଟି ଅଭିଯୋଗ ହୋଇଛି
– ଫେକ୍ କଲ, ନ୍ୟୁଡ୍ କଲ ଓ ଲୋନ୍ ଆପ୍ ଜରିଆରେ ଠକେଇ
– ସୋସିଆଲ ମିଡିଆରେ ୫୬୫ଟି ଫ୍ରଡ
– ୩୨୪୬ଟି ଆର୍ଥିକ ଠକେଇ ଅଭିଯୋଗ
– ଗିରଫ ହୋଇଛନ୍ତି ମାତ୍ର ୩୮ଜଣ
– ଭୁବନେଶ୍ୱର ସାଇବର ଠକେଇର ହିସାବନିକାଶ