ନବମ ପରୀକ୍ଷା ନେଇ ବୋର୍ଡର ସୂଚନା: ଏପ୍ରିଲ ୧୩ରୁ ନବମ ସମ୍ମେଟିଭ-୨ ପରୀକ୍ଷା

459

କନକ ବ୍ୟୁରୋ: ନବମ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା । ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ-୨ ପରୀକ୍ଷା । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା । ଏପ୍ରିଲ ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ । ତେବେ ଖରାକୁ ଦୃଷ୍ଟିରେ ରଖି ପିଲାମାନଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସେହିପରି ମାଟ୍ରିକ ପରୀକ୍ଷା ନେଇ ମଧ୍ୟ ବୋର୍ଡ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଫାଷ୍ଟ ସିଟିଂ ପରୀକ୍ଷା ସକାଳ ୮ଟାରୁ ହେବ । ୨୯ ଏପ୍ରିଲରୁ ୭ ମେ ଯାଏଁ ପରୀକ୍ଷା ହେବ । ୮୦ ମାର୍କ ପାଇଁ ୨ ଘଣ୍ଟା ସମୟ ଦିଆଯିବ । ଟିଏଲଭି ଓ ଭିଜୁଆଲ ଆର୍ଟସ ଛଡା ସମସ୍ତ ପରୀକ୍ଷା ୮୦ ମାର୍କର ହେବ । ୮୦ ମାର୍କରୁ ମଲ୍ଟିପୁଲ ପାଇଁ ୫୦, ସବଜେକ୍ଟିଭ ପାଇଁ ୩୦ ମାର୍କ । ମଲ୍ଟିପୁଲ ପାଇଁ ପରୀକ୍ଷାର୍ଥୀ ଓଏମଆର ସିଟରେ ପରୀକ୍ଷା ଦେବେ । ଗଣିତ ପାଇଁ ୧୫ ମିନିଟ ଅତିରିକ୍ତ ସମୟ ଦିଆଯିବ ।