ଭାରତ ଆସିବେନି ଏଲନ୍ ମସ୍କ । ଅନ୍ୟ କାର୍ଯ୍ୟସୂଚୀ ପାଇଁ ଘୁଞ୍ଚିଲା ଭାରତ ଗସ୍ତ ।

71

କନକ ବ୍ୟୁରୋ: ଆସନ୍ତା କାଲି ଭାରତ ଆସିବେନି ଏଲନ୍ ମସ୍କ । ଟେସଲା ସିଇଓ ଏଲୋନ୍ ମସ୍କଙ୍କ ଦୁଇ ଦିନିଆ ଭାରତ ଗସ୍ତ ବାତିଲ୍‌ ହୋଇଯାଇଛି। ଭାରତ ଗସ୍ତରେ ଆସି ମସ୍କ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯୋଜନା ଘୋଷଣା କରିବେ ବୋଲି ପୂର୍ବରୁ ସୂଚନା ରହିଥିଲା। ଏପ୍ରିଲ ୨୧ ଏବଂ ୨୨ ତାରିଖରେ ଏଲୋନ୍ ମସ୍କ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ଥିଲା। ଏକ୍ସ ପୋଷ୍ଟ୍‌ ଜରିଆରେ ମସ୍କ ଏହି ଗସ୍ତ ଘୁଞ୍ଚିଲା ବୋଲି ସୂଚନା ଦେଇଛନ୍ତି। ସେ ତାଙ୍କ ପୋ‌ଷ୍ଟ୍‌ରେ ଲେଖିଛନ୍ତି, ‘‘ଦୁର୍ଭାଗ୍ୟବଶତଃ ଟେସ୍‌ଲାର କିଛି କାର୍ୟ୍ୟ ହେତୁ ଭାରତ ଗସ୍ତରେ ବିଳମ୍ବ କରିବାକୁ ପଡୁଛି। କିନ୍ତୁ ମୁଁ ଚଳିତବର୍ଷ ଭାୀତ ପରିଦର୍ଶନ କରିବାକୁ ନେଇ ବହୁତ ଉତ୍ସାହିତ ଅଟେ।’’

ଟେସଲାର ପ୍ରଥମ ତୈମାସିକ ପ୍ରଦର୍ଶନ ବିଷୟରେ ପ୍ରଶ୍ନର ଉତ୍ତର ଦେବାକୁ ମସ୍କଙ୍କୁ ଆମେରିକାରେ ଏପ୍ରିଲ ୨୩ରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଯୋଗଦେବାକୁ ପଡିବ ବୋଲି ଜଣାଯାଇଛି। ଗତ ସପ୍ତାହରେ, ମସ୍କ ଏକ ଏକ୍ସ ପୋଷ୍ଟରେ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ଆଗ୍ରହର ସହ ଅପେକ୍ଷା କରିଛନ୍ତି ।