ବାଲେଶ୍ୱରରେ ଉତ୍ତେଜନା । ପୁରା ଅଞ୍ଚଳରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ବନ୍ଦ । ଘରୁ ନବାହାରିବାକୁ ଲୋକଙ୍କୁ ପୋଲିସର ଅପିଲ ।

2,972

କନକ ବ୍ୟୁରୋ: ଅଶାନ୍ତ ବାଲେଶ୍ୱର । ବିଳମ୍ବିତ ରାତିରେ ଉତ୍ତେଜନା, ପୋଡାଜଳା ପରେ ବାଲେଶ୍ୱରରେ କର୍ଫ୍ୟୁ । ଆଜି ବନ୍ଦ ରହିବ ଦୋକାନ ବଜାର । ବାଲେଶ୍ୱରକୁ ସଂଯୋଗ ସବୁ ରାସ୍ତା ସିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପରିସ୍ଥିତି ଶାନ୍ତ ନପଡିବା ଯାଏଁ ଘରୁ ନବାହାରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ଏସପି ।

ବାଲେଶ୍ୱର ସଦର ସୁନହଟ ଅଞ୍ଚଳରେ ଗତକାଲି ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ଦୁଇ ଗୋଷ୍ଠୀ ପରସ୍ପରଙ୍କୁ ଆକ୍ରମଣ କରିଛନ୍ତି । ପରସ୍ପରକୁ ପଥର, କାଚ ବୋତଲ ଫୋପାଡିବାରୁ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇପହିଛନ୍ତି । ବାଲେଶ୍ୱରରେ ବିଶେଷକରି ଗୋଳାପାଖରୀ, ମୋତିଗଞ୍ଜ, ସିନେମାଛକ ଆଦି ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି । ହିଂସାକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ କରିଛନ୍ତି ।

କିଛି ଘରେ ହିଂସାକାରୀମାନେ ନିଆଁ ଲଗାଇଦେଇଥିବା ବେଳେ ଗାଡି ଭଙ୍ଗା ଭଙ୍ଗାରୁଜା କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୁଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠି ଚାର୍ଜ କରିଛି । ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ଆଇଜି ଡ. ଦୀପକ କୁମାର ଓ ଏସପି ସାଗରିକା ନାଥ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।