ହଷ୍ଟେଲ ନମିଳିବାକୁ ନେଇ ତାତିଲେ ଛାତ୍ର : ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଉତ୍ତେଜନା

155

କନକ ବ୍ୟୁରୋ : ହଷ୍ଟେଲ ନମିଳିବାକୁ ନେଇ ତାତିଲେ ଛାତ୍ର । ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଉତ୍ତେଜନା ଦେଖାଦେଇଛି । ପିଜି ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସିଙ୍ଗିଲ ରୁମ ହଷ୍ଟେଲ ନମିଳିବାକୁ ନେଇ ଶତାଧିକ ଛାତ୍ର ଧାରଣା ଦେଇଛନ୍ତି । ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ପିଲାମାନେ ଧାରଣା ଦେବା ସହ ନାରାବାଜି କରୁଥିବା ଦେଖିବାକୁ ମିଳିଛି ।

ନିୟମ ଅନୁଯାୟୀ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ସିଙ୍ଗିଲ ରୁମ ଦିଆଯାଏ । ହେଲେ ହଷ୍ଟେଲ କାମ ଚାଲିଥିବାରୁ ସେମାନଙ୍କୁ ପ୍ରଥମ ବର୍ଷ ଛାତ୍ରଙ୍କ ସହ ରହିବାକୁ କୁହାଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଛାତ୍ରମାନେ ବହୁବାର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ କରାଯାଉନଥିବା ଅଭିଯୋଗ କରିଛନ୍ତି । ଯଦି ସମସ୍ୟାର ସମାଧାନ ନହୁଏ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଳାଇବାକୁ ଚେତାବନୀ ଦେଇଛନ୍ତି ।