ତେନ୍ଦୁଲକର ଆଣିଲେ ‘ସ୍ମାର୍ଟରନ୍‌-ଏସଆରଟି’ ସ୍ମାର୍ଟଫୋନ୍‌ !

35

ମହାନ କ୍ରିକେଟ ଖେଳାଳି ତଥା କ୍ରିକେଟର ଗଡ଼ କୁହାଯାଉଥିବା ସଚିନ ତେନ୍ଦୁଲକର ସ୍ମାର୍ଟଫୋନ୍‌ ବ୍ୟବସାୟରେ ପ୍ରବେଶ କରିଛନ୍ତି । ତେନ୍ଦୁଲକର ନିଜସ୍ୱ ମାଲିକାନାରେ ସ୍ମାର୍ଟରନ୍‌-ଏସଆରଟି (ସଚିନ ରମେଶ ତେନ୍ଦୁଲକର) ବ୍ରାଣ୍ଡର ସ୍ମାର୍ଟଫୋନ୍‌ ଆଣିଛନ୍ତି । ବଜାରରେ ଉପଲବ୍ଧ ବିଭିନ୍ନ ଚାଇନିଜ୍‌ ବ୍ରାଣ୍ଡ୍‌ ଯଥା ଏମଆଇ, ଲେନୋଭୋ, ଓପୋ, ଭିଭୋ ଓ ଅନ୍ୟ ବ୍ରାଣ୍ଡ ସହିତ ଏହି ଫୋନ ସଫଳତାର ସହ ପ୍ରତିଯୋଗିତା କରୁଛି ।

ଅନ୍ୟ ବ୍ରାଣ୍ଡର ଫୋନ୍‌ ତୁଳନାରେ ସ୍ମାର୍ଟରନ୍‌-ଏସ୍‌ଆର୍‌ଟି ଫୋନ୍‌ରେ ଗ୍ରାହକମାନେ ଉନ୍ନତ ସୁବିଧା ପାଇପାରୁଛନ୍ତି । ଏହି ଫୋନ୍‌ରେ ଟି. କ୍ଲାଉଡ ଅସୀମିତ ଷ୍ଟୋରେଜ୍‌ ସୁବିଧା ସହିତ ୪ଜିବି ରାମ୍‌ ଏବଂ ୬୪ ଜିବି ରମ୍‌ ରହିଛି । ଉନ୍ନତ ମାନର ବ୍ୟାଟେରି ଯୋଗୁଁ ମାତ୍ର ୨୦ ମିନିଟ୍‌ରେ ଏହି ସ୍ମାର୍ଟଫୋନ୍‌ଟି ପୂର୍ଣ୍ଣଭାବେ ଚାର୍ଜ ହୋଇପାରୁଛି । କମ୍ପାନି ଏହାର ଏଲ୍‌ସିଡି ସ୍କ୍ରିିନ୍‌ ଉପରେ ୧ ବର୍ଷର ମାଗଣା ବୀମା ପ୍ରଦାନ କରୁଛି ।

୫.୫ ଇଞ୍ଚର ଫୁଲ୍‌ ହାଇ ଡେଫିନିସନ୍‌ ଡିସ୍‌ପ୍ଲେ ସମେତ ଫୋନ୍‌ର ପଛ ପାର୍ଶ୍ୱରେ ୧୩ ମେଗାପିକ୍ସେଲ ଏବଂ ସାମ୍ନା ଭାଗରେ ସେଲ୍‌ଫି ପାଇଁ ୫ ମେଗାପିକ୍ସେଲର କ୍ୟାମେରା ରହିଛି । ଭାରତରେ ନିର୍ମିତ ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ପ୍ରତିଯୋଗିତାମୂଳକ ମୂଲ୍ୟରେ ଉପଲବ୍ଧ ହେଉଛି । ଦେଶର ଅଗ୍ରଣୀ ରିଟେଲ ଷ୍ଟୋର ଗୁଡ଼ିକରେ ଏହି ଫୋନ୍‌ ଉପଲବ୍ଧ ହେଉଛି ।