ଖୋଲିବ କି ରତ୍ନଭଣ୍ଡାର?  ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ, ଆବେଦନକାରୀଙ୍କୁ ଏ ସମ୍ପର୍କିତ କପି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।  

130

କନକ ବ୍ୟୁରୋ : ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିଛି ମନ୍ଦିର ପ୍ରଶାସନ । ଆବେଦନକାରୀଙ୍କୁ ଏ ସମ୍ପର୍କିତ କପି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଆବେଦନକାରୀଙ୍କୁ ମଧ୍ୟ ପ୍ରତି ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଗଷ୍ଟ ୧ରେ ଏନେଇ ପରବର୍ତ୍ତୀ ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି ।

ଅନ୍ୟପଟେ ଶ୍ରୀମନ୍ଦିରର ଜଗମୋହନ ଓ ନାଟ ମଣ୍ଡପ ମରାମତି ଶେଷ ହୋଇଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରିଛି ଏଏସଆଇ । ତେବେ ମରାମତି କାମ ଶେଷ ହୋଇଥିବା ନେଇ ତୁରନ୍ତ ସତ୍ୟପାଠ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦୀର୍ଘ ଦିନ ହେବ ଶ୍ରୀମନ୍ଦିରର ଜଗମୋହନ ଓ ନାଟମଣ୍ଡପର ମରାମତି କାମ ହେଉଥିଲା । ଏଏସଆଇର ତତ୍ତ୍ୱାବଧାନରେ ଏହି ମରାମତି କାମ ଚାଲିଥିଲା ।