ଏଣିକି ଗୋଟିଏ ଆଇଡିରେ ମିଳିବ କେତୋଟି ସିମ୍ କାର୍ଡ? ଆଜି ବଡ ନିଷ୍ପତ୍ତି ନେଇପାରନ୍ତି ସରକାର ।

326

କନକ ବ୍ୟୁରୋ : ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସିମ କାର୍ଡକୁ ନେଇ ବଡ ଘୋଷଣା କରିପାରନ୍ତି । ଗୋଟିଏ ଆଇଡିରେ ମିଳୁଥିବା ସିମର ଲିମିଟ୍ କମାଇବା ନେଇ ଘୋଷଣା କରିପାରନ୍ତି ଅଶ୍ୱିନୀ । ଏବେ ଗୋଟିଏ ଆଇଡିରେ ୯ଟି ସିମ୍ ମିଳୁଛି । କିନ୍ତୁ ଏହି ସଂଖ୍ୟା ହ୍ରାସ ହୋଇପାରେ । ଏବେ ଗୋଟିଏ ଆଇଡିରେ ସର୍ବାଧିକ ୪ଟି ସିମ୍ ଇସ୍ୟୁ ହୋଇପାରେ । ତେବେ ହଠାତ୍ ସିମ୍ କାର୍ଡ ହ୍ରାସ କରିବା ପଛର କାରଣ କଣ?

ମିଳିଥିବା ସୂଚନା ମୁତାବକ ସାଇବର ଠକେଇ କାରଣରୁ ଏହି ନୂଆ ଗାଇଡଲାଇନ ଆଣିପାରେ ଟେଲିକମ ବିଭାଗ । ଦେଶରେ ଏବେ ଲଗାତାର ସାଇବର ଠକେଇ ସଂଖ୍ୟା ବଢି ଚାଲିଛି । କଲ ଡ୍ରପ ଓ ସାଇବର ଠକେଇ ରୋକିବାକୁ ସରକାର ଏଭଳି ପଦକ୍ଷେପ ନେଇପାରନ୍ତି । ତେବେ ପୂର୍ବରୁ ଯେଉଁ ସିମ୍ କାର୍ଡ ଆକ୍ଟିଭ ଅଛି ସେଥିରେ କୌଣସି ସମସ୍ୟ ଦେଖାଦେବନି । ଅଥାର୍ତ ଯଦି ପୂର୍ବରୁ ଆଇଡିରେ ୪ରୁ ଅଧିକ ସିମ୍ ରହିଥାଏ ତେବେ ନୂଆ ସିମ୍ ମିଳିବନି । ଏହାପୂର୍ବରୁ ସାଇବର ଠକେଇକୁ ରୋକିବାକୁ ଭାରତ ସରକାର ସଞ୍ଚାର ସାଥୀ ପୋର୍ଟାଲ ଲଞ୍ଚ କରିଥିଲେ । ଯେଉଁ ପୋର୍ଟାଲରେ ଠକେଇ ବାବଦରେ ଅଭିଯୋଗ କରିପାରିବେ । ଉକ୍ତ ୱେବସାଇଟରୁ ହିଁ ଆପଣଙ୍କ ଆଇଡିରେ କେତୋଟି ସିମ୍ କାର୍ଡ ରହିଛି ତାହା ଜଣାପଡିଯିବ । ଆପଣଙ୍କ ଆଇଡିରେ କୌଣସି ସିମ୍ ଆକ୍ଟିଭ ଥାଏ ଏବଂ ଏହାକୁ ବ୍ୟବହାର କରୁନାହାନ୍ତି ତେବେ ଏଠାରେ ରିପୋର୍ଟ କରି ବନ୍ଦ କରାଯାଇପାରିବ ।