ଦାରିଦ୍ର୍ୟତାର କରୁଣ ପରିସ୍ଥିତି ! ୫ହଜାର ଟଙ୍କା ବିନିମୟରେ ନବଜାତ ଶିଶୁକନ୍ୟାକୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି ମା’

34

ଦାରିଦ୍ର୍ୟତାର କରୁଣ ପରିସ୍ଥିତି । ମାତ୍ର ୫ହଜାର ଟଙ୍କାରେ ନିଜର ନବଜାତ ଶିଶୁ କନ୍ୟାକୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି ମା’ । ଏମିତି ଏକ କରୁଣ ତଥା ହୃଦୟବିଦାରକ ଘଟଣା ଘଟିଛି ତେଲେଙ୍ଗାନାର ଖାମାମ ଜିଲ୍ଲାରେ । ଜଣେ ମହିଳା ସରକାରୀ ମେଡ଼ିକାଲରେ ତା’ର ଷଷ୍ଠ ଛୁଆକୁ ଜନ୍ମ ଦେଇଥିଲେ । ପìର୍ବରୁ ତାଙ୍କର ପାଂଚଟି ଛୁଆ ଥିବାବେଳେ ଏହି ନବଜାତକକୁ ପାଳିବା ତାଙ୍କ ପକ୍ଷେ ଅସମ୍ଭବ ।

ଛୁଆ ଜନ୍ମ କରି ପିଲାକୁ ମଣିଷ କରିବାରେ ଅକ୍ଷମତା ପ୍ରକାଶ କରି ଶେଷରେ ବାଧ୍ୟ ହୋଇ ନବଜାତକୁ ବିକ୍ରି କରିବାକୁ ନିଷ୍ପତି ନେଇଛି ମାଆ । ହସ୍ପିଟାଲର ଝାଡ଼ୁଦାର ସହାୟତାରେ ଅନ୍ୟ ଜଣେ ମହିଳାଙ୍କୁ ନିଜ ଛୁଆକୁ ୫ହଜାର ଟଙ୍କାରେ ବିକ୍ରି କରିବାକୁ ସ୍ଥିର କରିଛି ମାଆ । ମହିଳାଙ୍କ ସ୍ୱାମୀ ଜଣେ ରିକ୍ସା ଚାଳକ । ରିକ୍ସା ଚଳାଇ ଯାହା ରୋଜଗାର ହୁଏ ସବୁ ଟଙ୍କାକୁ ମଦ୍ୟପାନରେ ଉଡ଼ାଇ ଦିଅନ୍ତି ସ୍ୱାମୀ ।

। ଫଳରେ ଉକ୍ତ ମହିଳାଙ୍କୁ ଓ ତାଙ୍କ ପିଲାମାନଙ୍କୁ ଭୋକ ଉପାସରେ ରହିବାକୁ ପଡ଼େ । ସମନ୍ୱୀତ ଶିଶୁ ବିକାଶର କର୍ମୀଙ୍କ ତତ୍ତ୍ୱାବଧାନରେ ନବଜାତଟିକୁ ହେପାଜତରେ ରଖାଯାଇଛି । ସାମାକ୍କାଙ୍କ ୫ଟି ଜାକ ଛୁଆ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ତତ୍ତ୍ୱାବଧାନରେ ରହିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଜୁଭେନାଇଲ ଆକ୍ଟ ଅନୁସାରେ ନବଜାତ ଶିଶୁ ମାଆ ନାଁରେ ମାମଲା ରୁଜୁକରି ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।