୩୧ ଜୁଲାଇ ପୂର୍ବରୁ କରନ୍ତୁ ଏହି କାମ, ନଚେତ୍ ବ୍ଲକ୍ ହୋଇପାରେ ଆପଣଙ୍କ ଡେବିଟ୍ କାର୍ଡ

50

ଯଦି ଆପଣଙ୍କ ନିକଟରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି) ର ଡେବିଟ୍ କାର୍ଡ ରହିଛି ତେବେ ଏହି ଖବରକୁ ନିଶ୍ଚୟ ପଢନ୍ତୁ । ମାମଲାଟି ହେଲା, ପିଏନବି ସୁରକ୍ଷା କାରଣରୁ ମାଇଷ୍ଟ୍ରୋ ଡେବିଟ୍ କାର୍ଡ ବ୍ଲକ୍ କରିବାର ନିଷ୍ପତି ନେଇଛି । ଏଥିପାଇଁ ବ୍ୟାଙ୍କ ତାର ଗ୍ରାହକମାନଙ୍କୁ ୩୧ ଜୁଲାଇ ମଧ୍ୟରେ ନିଜର ଡେବିଟ୍ କାର୍ଡକୁ ସରେଣ୍ଡର କରିବାକୁ କହିଛି । ନଚେତ୍ ୩୧ ଜୁଲାଇ ପରେ ବ୍ୟାଙ୍କ ଏହି ପୁରୁଣା କାର୍ଡଗୁଡିକୁ ବ୍ଲକ୍ କରିଦେବ ।

ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ହାଇ ସିକ୍ୟୁରିଟି ଠାରୁ ଲେସ୍ ଏଟିଏମ-ଡେବିଟ୍ କାର୍ଡ ପ୍ରଦାନ କରିବା ଆରମ୍ଭ କରିଦେଇଛି । ପିଏନବି ମାଇଷ୍ଟ୍ରୋ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କୁ ନୁଆ ହାଇ ସିକ୍ୟୁରିଟି ଥିବା କାର୍ଡ ଜାରି କରିବାକୁ ନିଷ୍ପତି କରିଛି ।

ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଯଦି ଗ୍ରାହକଙ୍କ ନିକଟରେ ମାଇଷ୍ଟ୍ରୋ ଡେବିଟ୍ କାର୍ଡ ରହିଛି ତେବେ ସେମାନେ ତାକୁ ପିଏନବିର କୌଣସି ବି ଶାଖାରେ ବିନା କୌଣସି ଶୁଳ୍କରେ ଇଏମବି ଚିପ୍ ଆଧାରିତ କାର୍ଡଠାରୁ ବଦଳାଇ ପାରିବେ ।

ସୂଚନା ମୁତାବକ, ମାଇଷ୍ଟ୍ରୋ ଡେବିଟ୍ କାର୍ଡ ଧାରକଙ୍କ ସଂଖ୍ୟା ଲକ୍ଷାଧିକ ଅଟେ । ଏହାକୁ ବଦଳାଇ ଇଏମବି ଚିପ୍ ଯୁକ୍ତ ନୁଆ କାର୍ଡ ଦିଆ ଯାଉଛି । ଏହି କାର୍ଡ କୌଣସି ବି ପିଏନବିର ଶାଖାରେ ଉପଲବ୍ଧ ଅଟେ । ଏଥିସହିତ କୌଣସି ପ୍ରକାରର ଚାର୍ଜ ଲାଗିବ ନାହିଁ ।

ସୌଜନ୍ୟ- ଦୈନିକ ଭାସ୍କର