ଯୁବପିଢ଼ୀ ନିକଟରେ ବଢ଼ୁଛି ହୃଦଘାତ ସମସ୍ୟା, ଖେଳୁ ଖେଳୁ ଚାଲିଯାଉଛି ଜୀବନ

163

କନକ ବ୍ୟୁରୋ : ବିବାହ ଉତ୍ସବ ଚାଲିଥିବ, ସବୁ ନାଚ ଗୀତ ଝୁମୁଥିବେ, ପରିବାରରେ ଖୁସିର ମାହୋଲ ଜମିଥିବ, ଆଉ ଏତିକିବେଳେ ସେଠାରେ ହଠାତ୍ ହୃତଘାତରେ ଜଣଙ୍କ ଜୀବନ ଚାଲିଯିବ । ଏ କୌଣସି କାହାଣୀ ନୁହେଁ । ହାଇଦ୍ରାବାଦର କଳାପଥରେ ଘଟିଥିବା ଏକ ସତ ଘଟଣା । ଏଠାରେ ବାହାଘର ପାଇଁ ଚାଲିଥିଲା ହଳଦୀ ସେରିମନି । ବରକୁ ହଳଦି ଲଗାଇବାକୁ ପାଖରେ ଯାଇ ବସୁଛନ୍ତି ବରର ଭାଇ । ଆଉ ହଠାତ୍ ସେଠାରେ ଟଳିପଡୁଛନ୍ତି । କେହି କିଛି ବୁଝିବା ପୂର୍ବରୁ ନିମିଷକରେ ପ୍ରାଣ ଚାଲିଯାଉଛି । ସଙ୍ଗେ ସଙ୍ଗେ ଖୁସିର ମୂହୂର୍ତରେ କଳା ବାଦଲ ଘୋଟି ଆସୁଛି ଆଉ ଘରେ କାନ୍ଦ ବୋବାଳି ଫାଟି ପାଟୁଛି । ଗତ କିଛି ମାସ ଭିତରେ ଦେଶରେ ଅନେକ ଲୋକଙ୍କ ଏମିତି ହୃଦଘାତରେ ଅକ୍ମସାତ୍ ମୃତ୍ୟୁ ଘଟିଛି ।

ଗତ କିଛି ମାସ ମଧ୍ୟରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ସେମିତି ଅହମ୍ମଦାବାଦର ଏକ ଘଟଣା ବି ସମସ୍ତଙ୍କୁ ଚକିତ କରିଛି । ଏଠାରେ କିକ୍ରେଟ ମୈଦାନରେ ଚାଲିଥିଲା ଖେଳ । କିକ୍ରେଟ ଖେଳୁଥିଲେ ଜଣେ ଜିଏସଟି କର୍ମଚାରୀ । ହେଲେ ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ଟଳିପଡୁଛନ୍ତି । ପାଖ ଖେଳାଳୀ ତାଙ୍କ ନିକଟକୁ ଦୈøଡି ଆସିବା ବେଳକୁ କେଇ ସେକେଣ୍ଡରେ ତାଙ୍କ ମୃତ୍ୟୁ ଘଟିସାରିଛି । ସେହିପରି ଆଉ ଏକ ଘଟଣା ଘଟିଛି ମହାରାଷ୍ଟ୍ରର ନାନ୍ଦେଡ ସହରରେ । ଏଠାରେ ଏକ ଯୁବକ ତେଲେଙ୍ଗାନାରୁ ନିଜ ପରିଜନଙ୍କ ବିବାହରେ ସାମିଲ ହେବାକୁ ଆସିଥିବା ବେଳେ ନାଚ ଗୀତ ମସଗୁଲ ଥାନ୍ତି । ଏତିକିବେଳେ ନୃତ୍ୟୁ କରୁଥିବା ଯୁବକଙ୍କର ହୃଦଘାତରେ ମୃତ୍ୟୁ ହେଉଛି ।

ଜିମ୍ରେ ଅତ୍ୟଧିକ ୱାର୍କଆଉଟ୍ ଯୋଗୁଁ ଏନର୍ଜି ହରାଇବା, ଶୋଇବାରେ ଅନିୟମିତତା ହାର୍ଟ ପାଈଁ କ୍ଷତିକାରକ ହୋଇଥାଏ । ଏହାସହ ଅତ୍ୟେଧିକ ଚାପଗ୍ରସ୍ତ ହେବା, ଡ୍ରଗ୍ସ ସେବନ, ଶାରିରୀକ ଆଳସ୍ୟ, ଜଙ୍କ ଫୁଡ,ଏବଂ ଷ୍ଟେରୋଏଡ ଇତ୍ୟାଦି ହେଉଛି ଆଧୁନିକ ଯୁଗରେ ହାର୍ଟଆଟାକର ମୁଖ୍ୟକାରଣ । ତେଣୁ ଅଧିକାଂଶ ଯୁବପିଢୀ ଏଥିପାଇଁ ହୃଦଘାତର ଶିକାର ହେଉଛନ୍ତି । କରୋନା ପରେ ଦେଶରେ ହୃଦଘାତରେ ମୃତ୍ୟୁ ଘଟଣା ବେଶ ବୃଦ୍ଧି ପାଇଛି । ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ମଧ୍ୟ ଏହି ଘାତକ ରୋଗରୁ ରକ୍ଷା ପାଇପାରୁନାହାଁନ୍ତି । ସବୁଠୁ ଚିନ୍ତାର କଥା ହେଉଛି ୧୯-୨୫ବର୍ଷ ବୟସର ଯୁବପୀଢୀଙ୍କ ମଧ୍ୟରେ ହୃଦଘାତ ଘଟଣା ଦେଖାଯାଉଛି ଓ ସର୍ବସାଧାରଣ ସ୍ଥାନରେ ଏଭଳି ଘଟଣା ଘଟୁଛି ।