ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଆଗୁଆ । ଦମ୍ ଦେଖାଇଲେ ଅକ୍ଷର ପଟେଲ ।

261

କନକ ବ୍ୟୁରୋ: ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ଚତୁର୍ଥ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୦ ରନ୍ରେ ହରାଇଲା ଭାରତ । ବିଜୟ ସହ ଭାରତ ପାଂଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ଆଗୁଆ ଜିତି ନେଇଛି । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ କରିଥିଲା ୧୭୪ ରନ୍ । ଦଳ ପକ୍ଷରୁ ରିଙ୍କୁ ସିଂହ ସର୍ବାଧିକ ୪୬ ରନ୍ର ଇନିଂସ୍ ଖେଳିଥିଲେ । ସେହିପରି ଯଶସ୍ୱୀ ଜୈସୱାଲ ୩୭ ରନ୍, ଋତୁରାଜ ଗାଏକ୍ୱାଡ୍ ୩୨ ରନ୍, ଜିତେଶ ଶର୍ମା ୩୫ ରନ୍ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଡେନ୍ ଡ୍ୱାରସୁଇସ୍ ୩ଟି ୱିକେଟ୍ ନେଇଥିବା ବେଳେ ଜାସନ୍ ବେହରନ୍ଡର୍ଫ ଓ ତନବୀର ସାଂଘା ୨ଟି ଲେଖାଏଁ ୱିକେଟ୍ ପାଇଥିଲେ । ୧୭୫ ରନ୍ର ଲକ୍ଷ୍ୟ ପିଛା କରୁଥିବା ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା । କିନ୍ତୁ ଓପନିଂ ଯୋଡ଼ି ଭାଙ୍ଗିବା ପରେ ଦଳ ବ୍ୟାକ୍ଫୁଟ୍କୁ ଚାଲିଆସିଥିଲା । ଭାରତ ମ୍ୟାଚ୍କୁ ପ୍ରତ୍ୟାବର୍ତନ ସହ ଭ୍ରମଣକାରୀ ଦଳକୁ ୧୫୪ ରନ୍ରେ ରୋକିଥିଲା । କଙ୍ଗାରୁ ଦଳ ପକ୍ଷରୁ ଅଧିନାୟକ ମାଥ୍ୟୁ ୱେଡ୍ ୩୬ ରନ୍, ଟ୍ରାଭିସ ହେଡ୍ ୩୧ ରନ୍ କରିଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି ଏବଂ ଦୀପକ ଚହର ୨ଟି ୱିକେଟ୍ ନେଇଥିଲେ ।