କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ । ସରକାରୀ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ ।

73

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ । ରାଗୌରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ରାଜୌରୀର ଶଦ୍ରା ଶରିଫ ଅଞ୍ଚଳରେ ଥିବା ଏକ ମସଜିଦରୁ ବାହାରିବା ପରେ ମହମ୍ମଦ ରଜାକ ନାମକ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି । ଆତଙ୍କବାଦୀଙ୍କୁ ଧରିବାକୁ ଅଞ୍ଚଳରେ ଚାଲିଛି ସର୍ଚ୍ଚ ଅପରେସନ୍ । ତେବେ ମାସକ ଭିତରେ ଏହା ହୋଉଛି ତୃତୀୟ ଟାର୍ଗେଟ କିଲିଂ ।

 ଏହାପୂର୍ବରୁ ମଧ୍ୟ ଅନେକ ଥର ଟାର୍ଗେଟ କିଲିଙ୍ଗ ଘଟିଛି  । ବିଶେଷ କରି କାଶ୍ମୀରରେ ନିୟୋଜିତ ଶ୍ରମିକ ଓ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରାଯାଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ବ୍ୟାଙ୍କରେ ପଶି ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରିବା ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଥିଲା ।