ତାମିଲନାଡୁରେ ଟିଟିଭି ବିଧାୟକଙ୍କ ଗାଡି ଉପରକୁ ବୋମା ମାଡ : ବିଧାୟକଙ୍କ ଚାଳକ ଓ ଫଟୋଗ୍ରାଫର ଆହତ !

29

କନକ ବ୍ୟୁରୋ : ତାମିଲନାଡୁରେ ନେତାଙ୍କ କାର ଉପରକୁ ବୋମା ମାଡ ହୋଇଛି । ତେବେ ଏଥିରେ କେହି ମୃତହାତ ହୋଇ ନାହାନ୍ତି । ତେବେ ସୂଚନା ଅନୁସାରେ ଶିଶିକଳାଙ୍କ ଭଣଜା ଓ ଅମ୍ମା ମକ୍କଲ ମୁନେତ୍ର କଡ଼ଗମ (ଏମମଏକେ)ର ମୁଖ୍ୟ ଟିଟିଭି ବିଧାୟକ ଦିନାକରନଙ୍କ କାର ଉପରକୁ ରବିବାର ଆକସ୍ମିକ ଭାବେ ପେଟ୍ରୋଲ ବୋମା ମାଡ ହୋଇଛି। ତାମିଲନାଡୁ ରାଜଧାନୀ ଚେନ୍ନାଇ ଆର୍କେ ନଗର ଦିନାକରନଙ୍କ ଘର ସାମ୍ନାରେ ଗାଡ଼ି ଛିଡ଼ା ହୋଇଥିବା ବେଳେ ଏହି ହାମ୍ଲା ହୋଇଛି। ଏହି ବୋମା ମାଡରେ ଚାଳକ ଓ ତାଙ୍କ ପର୍ସନାଲ ଫଟୋଗ୍ରାଫର ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ଏହି ପେଟ୍ରୋଲ ବୋମା ମାଡ ସମୟରେ ଦିନାକରନ୍ ସେଠାରେ ଉପସ୍ଥିତ ନଥିଲେ।

 

ଏଯାବତ୍ ଏହା ସ୍ପଷ୍ଟ ହୋଇପାରି ନାହିଁ କି ଏହି ହାମଲା କିଏ ଓ କେଉଁ ଉଦ୍ଦେଶ୍ୟରେ କରିଥିଲା ? ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି। ଏହି ଘଟଣାକୁ ନେଇ ଦିନାକରନ୍ ଏଯାବତ୍ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବାନୁସାରେ, କାରକୁ ପଛପଟୁ ଲକ୍ଷ୍ୟ କରି ପେଟ୍ରୋଲ ବୋମା ଫିଙ୍ଗା ଯାଇଥିଲା। ଯାହାକି କାର ପଛ ପଟ କାଚରେ ବାଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ତେବେ କିଏ କେଉଁ କାରଣରୁ ଏପରି ଭାବରେ ମାରାତ୍ମକ କାମ କରିଛି ତାହାର ତଦନ୍ତ କରାଯିବ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି । ତେବେ ଏନେଇ ଦିନାକରନ କୈାଣସି ପ୍ରତ୍ରିକ୍ରିୟା ଦେଇନଥିବା ଜଣାପଡିଛି ।