ସନ୍ଧ୍ୟାରେ ବଚସା, ରାତିରେ ହତ୍ୟା । ଅନ୍ଧାରର ସୁଯୋଗ ନେଇ ଛୁରା ମାଡ଼ । ଛୁରା ମାରି ଛୁ’ ହୋଇଗଲା ହତ୍ୟାକାରୀ

150

କନକ ବ୍ୟୁରୋ: ଚୌଦ୍ୱାର ବିରାଟ୍ ବଜାର ଠାରେ ଥିବା ଏହି ରାଧାକୃଷ୍ଣ ମିଷ୍ଟାନ୍ନ ଦୋକାନରେ ଯେଉଁ ହତ୍ୟାକାଣ୍ଡ ଘଟିଛି, ତାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଢ଼େଙ୍କାନାଳ ଅଞ୍ଚଳର ପ୍ରଶାନ୍ତ ମାଝୀଙ୍କୁ ହତ୍ୟା ଛୁରା ମାଡ଼ କରି ହତ୍ୟା କରିଛି ଅଭିଯୁକ୍ତ ଦୀପକ ଦେହୁରୀ । ଦୁଇଟି ଅଲଗା ଅଲଗା ମିଠା ଦୋକାନରେ କାମ କରୁଥିବା ଦୁଇ ମୁଠା ମିସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଆଉ ଏଥିରେ ରାଗି ଯାଇ ପ୍ରଶାନ୍ତ ମାଝୀଙ୍କୁ ଜୀବନରୁ ସଫା କରିଦେବା ପାଇଁ ଯୋଜନା କରିଥିଲା ଦୀପକ ।

  • ହାଟକୁ ଯାଇ ୧୫ ଟଙ୍କାରେ ଛୁରା କିଣିଥିଲା ଅଭିଯୁକ୍ତ
  • ଯୋଜନା ମୁତାବକ ଛୁରୀକୁ ଲୁଚାଇ ରଖିଥିଲା ଦୀପକ
  • ଲାଇନ୍ କଟିଯିବା ପରେ ଷଡ଼ଯନ୍ତ୍ରକୁ ଦେଇଥିଲା ବାସ୍ତବ ରୂପ
  • ଅନ୍ଧାରର ସୁଯୋଗ ନେଇ ପ୍ରଶାନ୍ତଙ୍କ ପେଟରେ ଭୁଷି ଦେଇଥିଲା ଛୁରୀ

ଛୁରା ମାଡ଼ ହେବା ପରେ ଚିକ୍ରାର କରିଥିଲେ ପ୍ରଶାନ୍ତ । ଆଉ ଚିକ୍ରାର ଶୁଣି ମିଠା ଦୋକାନୀରେ କାମ କରୁଥିବା ଲୋକ ଧାଇଁ ଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ । ତୁରନ୍ତ ପ୍ରଶାନ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ କଟକ ମେଡ଼ିକାଲରେ ଆଖିବୁଜିଦେଇଥିଲେ ପ୍ରଶାନ୍ତ ।

ପୁଲିସ୍, ଅଭିଯୁକ୍ତ ବଡ଼ପଦା ଗାଁର ଦୀପକ ଦେହୁରୀଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଛୁରୀ ଜବତ କରି, ତଦନ୍ତ ଆରମ୍ଭ କରିଛି ।