ଟି-୨୦ ବିଶ୍ୱକପ୍ ଫାଇନାଲ ଟିକେଟ୍ ପାଇଁ ମୁକାବିଲା: ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

133

କନକ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ଖେଳାଯିବ ଟି-୨୦ ବିଶ୍ୱକପ ଫାଇନାଲ । ପ୍ରଥମ ଦଳ ଭାବେ ଆଫଗାନିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛି । ଦକ୍ଷିଣ ଆଫିକ୍ରା ସହ ଦ୍ୱିତୀୟ ଟିମ୍ ଭାବେ ଫାଇନାଲ ଖେଳିବ ଆଜିର ବିଜେତା । ଆଜି ଇଣ୍ଢିଆ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବାର ଅଛି । ସନ୍ଧ୍ୟା ୮ଟାରେ ଦକ୍ଷିଣ ଆମେରିକା ଗୁଆନାରେ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଗତ ଥରର ଚାମ୍ପିୟନ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚରେ କଡା ମୁକାବିଲା ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ହେଲେ ସବୁଠୁ ବଡ଼ କଥା ହେଉଛି ମ୍ୟାଚ ହେବାକୁ ଥିବା ଗୁଆନାରେ ଆଜି ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମ୍ୟାଚ ସମୟରେ ବର୍ଷା ହେବାର ଆଶଙ୍କା ରହିଛି । ଯଦି ବର୍ଷା ହୁଏ ତେବେ ଫଳାଫଳ ବାହାରିବା ପାଇଁ ଅତି କମରେ ୧୦ ଓଭର ମ୍ୟାଚ ଖେଳାଯିବ । ଯଦି ୧୦ ଓଭର ଲେଖାଏଁ ମ୍ୟାଚ ଖେଳାଯାଇନପାରେ ତେବେ ଭାରତ ସିଧାସଳଖ ଫାଇନାଲକୁ ଯିବ । ମ୍ୟାଚ ପାଇଁ ରିଜର୍ଭ ଦିନ ନଥିବାରୁ ବାତିଲ ହେଲେ ପଏଂଟ ଟେବୁଲରେ ଶୀର୍ଷରେ ଥିବାରୁ ଭାରତ ଫାଇନାଲ ଯିବ ।

ଫାଇନାଲ୍ ପାଇଁ ମହାମୁକାବିଲା
ଭାରତ ବନାମ ଇଂଲଣ୍ଡ

ସେମିଫାଇନାଲର ସୁପରହିଟ୍ ମ୍ୟାଚ୍
କାହାକୁ ମିଳିବ ଫାଇନାଲ୍ ଟିକେଟ୍?
ପୁଣି ସେମିରେ ମୁହାଁମୁହିଁ ଭାରତ-ଇଂଲଣ୍ଡ
ଭାରତ ପାଖରେ ଆଉଏକ ପ୍ରତିଶୋଧର ସୁଯୋଗ
୨୦୨୨ରେ ଇଂଲଣ୍ଡଠୁ ହାରିଥିଲା ଭାରତ
ବିଶ୍ୱକପ୍ରେ ଦୁଇଦଳ ୪ଥର ମୁହାଁମୁହିଁ
ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି

ବର୍ଷା ହେଲେ କ’ଣ ହେବ?
ବର୍ଷା ସାଜିପାରେ ବାଧକ
୨୫୦ ମିନିଟର ଅତିରିକ୍ତ ସମୟ ରହିଛି
ଲିଗରେ ଭାରତ ଅପରାଜେୟ ରହିଛି
ବର୍ଷା ଧୋଇଦେଲେ ଭାରତ ଯିବ ଫାଇନାଲ

ଟି-୨୦: ଭାରତ ବନାମ ଇଂଲଣ୍ଡ
ମ୍ୟାଚ୍: ୨୩
ଭାରତ: ୧୨ ବିଜୟୀ
ଇଂଲଣ୍ଡ: ୧୧ ବିଜୟୀ

ଟି-୨୦ ବିଶ୍ୱକପ୍: ଭାରତ ବନାମ ଇଂଲଣ୍ଡ
ମ୍ୟାଚ୍: ୪
ଭାରତ: ୨
ଇଂଲଣ୍ଡ: ୨

ଭାରତର ଟ୍ରମ୍ପ କାର୍ଡ
ରୋହିତ
ବିରାଟ
ସୂର୍ଯ୍ୟକୁମାର
ପନ୍ତ
ହାର୍ଦ୍ଦିକ ପାଣ୍ଡ୍ୟା
ବୁମରା
ଅର୍ଶଦୀପ
କୁଲଦୀପ

ଇଂଲଣ୍ଡର ଟ୍ରମ୍ପ କାର୍ଡ
ବଟଲର
ସଲ୍ଟ
ଲିଭିଙ୍ଗଷ୍ଟୋନ
ବେୟାରଷ୍ଟୋ
ବ୍ରୁକ୍ସ
ଆର୍ଚର
ଜୋର୍ଡାନ