ଆସାମ-ମେଘାଳୟ ସୀମା ବିବାଦ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ସିଜେଆଇ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଲଗାଇଲେ ରୋକ୍ ।

109

କନକ ବ୍ୟୁରୋ: ଆସାମ-ମେଘାଳୟ ସୀମା ବିବାଦ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ଏହାର ଶୁଣାଣି ମୁଖ୍ୟ ବିଚାରପତିଙ୍କ ବେଞ୍ଚରେ ହେଉଛି । ପ୍ରଥମ ଦିନର ଶୁଣାଣିରେ ସବୋର୍ଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଦେଇଛନ୍ତି । ଏଥିରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏମଓୟୁ ଉପରେ ରୋକ ଲଗାଇବାକୁ ଆଦେଶ ଦେଇଛନ୍ତି । ଆସାମ ଏବଂ ମେଘାଳୟ ମଧ୍ୟରେ ସୀମା ବିବାଦ ମାମଲାରେ ଏମଓୟୁ ଉପରେ ହାଇକୋର୍ଟ ରୋକ ଲଗାଇବା ମାମଲା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ଉଠାଇଥିଲେ । ତେବେ ପ୍ରଧାନ ବିଚାରପତି ଆଶ୍ଚର୍ଯ୍ୟ ପ୍ରକାଶ କରି କହିଥିଲେ, ହାଇକୋର୍ଟ କଣ ଏହା ଉପରେ ରୋକ ଲଗାଇଛନ୍ତି କି? ଆପଣ ଏହାର ନକଲ ଦିଅନ୍ତୁ ଦେଖିବା ପରେ ମାମଲାର ଶୁଣାଣି କରିବୁ ।

ଦୁଇ ସୀମା ବିବାଦକୁ ନେଇ ଦାୟର ହୋଇଥିବା ଆବେଦନରେ ଦାବି କରାଯାଇଛି ଯେ ସମ୍ବିଧାନର ଷଷ୍ଠ ଅନୁସୂଚୀର ଉଲ୍ଲଂଘନ ହୋଇଛି । ଏହା ଆଦିବାସୀ ଅଞ୍ଚଳରେ ପ୍ରଶାସନ ପାଇଁ ବିଶେଷ ନିୟମ ସମ୍ବନ୍ଧିତ । ନିକଟରେ ମେଘାଳୟର ମୁଖ୍ୟମନ୍ତ୍ରୀ କାନରାଡ ସାଙ୍ଗାମା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମିଳିତ ଭାବରେ ଏକ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଏଥିରେ ୧୨ବିବାଦୀୟ ସ୍ଥାନମଧ୍ୟରୁ ୬ଟି ସ୍ଥାନରେ ସୀମା ଚିହ୍ନଟ କରାଯାଇଥିଲା । ଏହି କାରଣରୁ ଅନେକ ସମୟରେ ସୀମା ବିବାଦ ଦେଖାଦେଉଛି ।