ଭାରତର ମହିଳା ସୈନ୍ୟ ବିଶ୍ୱକୁ ଦେଖାଇବେ ନିଜର ଶକ୍ତି, ୟୁଏନ ମିଶନ ପାଇଁ ମିଳିଲା ଦାୟିତ୍ୱ।

130

କନକ ବ୍ୟୁରୋ : ମିଳିତ ଜାତିସଂଘ ଶାନ୍ତିରକ୍ଷା ପାଇଁ ସବୁଠାରୁ ଅଧିକ ସୈନ୍ୟ ପଠାଉ ଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ । ତେବେ ବର୍ତ୍ତମାନ ଶାନ୍ତି ରକ୍ଷା ପାଇଁ ଭାରତ ମହିଳା ଶାନ୍ତିରକ୍ଷକଙ୍କ ଗୋଟିଏ ପ୍ଲାଟୁନକୁ ପ୍ରସ୍ତୁତ କରି ନିୟୋଜିତ କରିଛି । ଭାରତ ୨୦୦୭ରୁ ବର୍ତ୍ତମାନ ଯାଏ ମିଳିତ ଜାତିସଂଘର ମିଶନରେ ସବୁଠାରୁ ବଡ ମହିଳା ପ୍ଲାଟୁନର ନିୟୋଜିତ କରିବାକୁ ଯାଉଛି । ଏହି ପଦକ୍ଷେପ ଯୋଗୁଁ ଶାନ୍ତିରକ୍ଷକ ସେନାରେ ମହିଳାଙ୍କ ସଂଖ୍ୟା ମହତ୍ତ୍ୱପୂର୍ଣ୍ଣ ଭାବେ ବଢାଇଦିଆଯାଇଛି । ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ ଏନେଇ ଟ୍ୱିଟ୍ କରି ସୂଚନା ଦେବା ସହ ଫଟୋ ମଧ୍ୟ ସେୟାର କରିଛନ୍ତି । ଏଥିପାଇଁ ସେ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଏହା ପୂର୍ବରୁ ପ୍ରଥମ ଥର ପାଇଁ ୨୦୦୭ରେ ଲାଇବେରିଆରେ ମହିଳା ଶାନ୍ତି ରକ୍ଷକଙ୍କ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଏହା ପରେ ଭାରତର ଏହା ସବୁଠାରୁ ବଡ ଶାନ୍ତିରକ୍ଷା ମହିଳା ପ୍ଲାଟୁନ୍ । ମିଳିତ ଜାତିସଂଘର ପୂର୍ବତନ ମହାସଚିବ ବାନ କି ମୁନ୍ ମଧ୍ୟ ଲାଇବେରିଆରେ ନିୟୋଜିକ ଭାରତର ମହିଳା ଶାନ୍ତିରକ୍ଷା ପ୍ଲାଟୁନର ସଫଳତାକୁ ପ୍ରଶଂସା କରିସାରିଛନ୍ତି । ଏହାକୁ ସେ ପ୍ରେରଣା ଭାବେ ନେବାକୁ ସମସ୍ତଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଭାରତ ମିଳିତ ଜାତିସଂଘକୁ ଶାନ୍ତି ରକ୍ଷକ ପଠାଇବାରେ ଦ୍ୱିତୀୟ ବୃହତ୍ତମ ଦେଶ ।