ଜାପାନରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ‘ନାନ୍ମାଡୋଲ’ : ବହିଲା ୨୩୪ କିମି ବେଗରେ ପବନ; ସ୍ଥାନାନ୍ତରିତ ହେଲେ ଲକ୍ଷ ଲକ୍ଷ ଲୋକ

163

କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ଜାପାନରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ‘ନାନ୍ମାଡୋଲ’ । ରବିବାର ସ୍ଥାନୀୟ ସମୟ ସଂଧ୍ୟା ୭ଟାରେ ବାତ୍ୟା ଜାପାନର କୋଗସିମା ନିକଟରେ ସ୍ଥଳଭାଗ ଛୁଇଁଥିବା ଜାପାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦକ୍ଷିଣ ପଶ୍ଚିମ କ୍ୟୁସୁ ଅଞ୍ଚଳରେ ବହିଲା ୨୩୪ କିମି ବେଗରେ ପବନ ।

ଏହା ସହ ୨୪ ଘଣ୍ଟାରେ ୫ ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଫଳରେ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି । ପାଣିପାଗ ବିଭାଗର ଚେତାବନୀ ପରେ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ । ୨୦୧୯ରେ ସାମୁଦ୍ରିକ ଝଡ଼ ‘ହାଜିବିସ୍’ ଯୋଗୁ ୧୦୦ ଲୋକଙ୍କ ଜୀବନ ଯାଇଥିଲା । ୨୦୧୮ରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୨ ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।