ଅନଲାଇନରେ ଏଫଆଇଆର କଲେ ସୁମିତଙ୍କ ବାପା : ଗତକାଲି ତପସ୍ୱିନୀଙ୍କୁ ନ୍ୟାୟ ଦେବା ଦାବିରେ ସୁମିତଙ୍କ ଘର ଗେଟ୍ ଭାଙ୍ଗି ଧସେଇ ପସିଥିଲେ ମହିଳା

228

କନକ ବ୍ୟୁରୋ : ବ୍ରହ୍ମପୁର ଡ଼କ୍ତର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲା । ଥାନାରେ ଅଭିଯୋଗ କଲେ ସୁମିତଙ୍କ ବାପା । ସୁମିତଙ୍କ ବାପା ଅନଲାଇନ ଜରିଆରେ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ଅଚାନକ ଘର ଭିତରକୁ ଧସେଇ ପଶିଥିଲେ ଉତ୍ୟକ୍ତ ମହିଳା । ସୁରକ୍ଷା ଦୃଷ୍ଟିରୁ ଡ଼ାକ୍ତର ସୁମିତଙ୍କ ଘର ଓ ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରିଛନ୍ତି ପ୍ରଶାସନ । ବ୍ରହ୍ମାନଗର ଆରମ୍ଭ ଠାରୁ ଗୁରୁଦେବ ହସ୍ପିଟାଲ ଯାଏଁ ୧୪୪ ଧାରା ଜାରି କରିଛନ୍ତି ପ୍ରଶାସନ । ତପସ୍ୱିନୀଙ୍କୁ  ନ୍ୟାୟ ଦେବା ପାଇଁ ଏଭଳି ଉଦ୍ୟମ  କରିଥିବା ପ୍ରତିକ୍ରିୟା ରଖିଥିଲେ ଉତ୍ୟକ୍ତ ମହିଳା ।

ତେବେ ପ୍ରଶ୍ନ ଉଠୁଛି, ମାମଲା କୋର୍ଟଙ୍କ ବିଚାରଧୀନ ଥିବା ବେଳେ, ନ୍ୟାୟ ଦେବା ପାଇଁ କାହିଁକି ଆଇନକୁ ହାତକୁ ନିଆଯାଉଛି । ବେଶ କିଛି ଦିନ ଧରି ବ୍ରହ୍ମପୁର ବ୍ରହ୍ମନଗରରେ ଚାଲିଥିବା ପାରିବାରିକ ବିବାଦ ଉଗ୍ର ରୂପ ନେବାରେ ଲାଗିଛି । ତପସ୍ୱିନୀ, ସ୍ୱାମୀ ସୁମିତଙ୍କ ନିକଟରେ ରହିବାକୁ ଦାବି କରି ଧାରଣାରେ ବସିଛନ୍ତି । ମାମଲା ମଧ୍ୟ କୋର୍ଟଙ୍କ ବିଚାରାଧୀନ ରହିଛି । ତପସ୍ୱିନୀଙ୍କ ପାଇଁ ଘରଭଡ଼ା ନେଇ ତାଙ୍କୁ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଅସୁସ୍ଥ ଥିବା ଦର୍ଶାଇ ଏବେ ଅନ୍ୟତ୍ର ରହୁଛନ୍ତି ସୁମିତ । ସେପଟେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଗତକାଲି ମାମଲାର ଶୁଣାଣି ହୋଇଛି  ।  ତପସ୍ୱିନୀଙ୍କ ପାଇଁ ଘରଭଡ଼ା ନେଇ ତାଙ୍କୁ ରଖିବା ପାଇଁ ସୁମିତଙ୍କୁ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ  ।