ଭୁବନେଶ୍ୱରରେ ବଢୁଛି ଆତ୍ମହତ୍ୟା ପ୍ରବଣତା : ଗତ ୨ ସପ୍ତାହରେ ଆତ୍ମହତ୍ୟାରୁ ଗଲାଣି ୧୦ ଜଣଙ୍କ ଜୀବନ

148

କନକ ବ୍ୟୁରୋ : ବଢୁଛି ଆତ୍ମହତ୍ୟା ପ୍ରବଣତା । ଗତବର୍ଷ ଏପ୍ରିଲ ୨୮ରେ ଚିନ୍ତାମଣିଶ୍ୱରରେ ଏକ ବନ୍ଦ ଘରୁ ୩ ଜଣଙ୍କ ମୃତଦେହ ମିଲିଥିଲା  । ପାରିବାରିକ ବିବାଦରୁ ମହାରାଷ୍ଟ୍ରର ଦମ୍ପତ୍ତି ନିଜ ଛୁଆକୁ ମାରି ଆତ୍ମହତ୍ୟା କରିଥିଲେ । ଗତମାସ ୧୯ ତାରିଖରେ ଟିଭି ଅଭିନେତ୍ରୀ ରଶ୍ମୀରେଖା ଓଝା ଆତ୍ମହତ୍ୟା କରିଥିଲେ । ଓଲିଉଡ ଖଳନାୟକ ରାଇମୋହନ ପରିଡା ମଧ୍ୟ ଗତ ୨୪ ତାରିଖରେ ଆତ୍ମହତ୍ୟା କରିଛନ୍ତି । ୨୭ ତାରିଖରେ ଭୁବନେଶ୍ୱର ଏମ୍ସ ନିକଟ କାଜୁ ଜଙ୍ଗଲରେ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ । ଇନଫୋଭ୍ୟାଲି ଥାନା ଗୋପାଳପୁରରେ ରାଣୀ ବେହେରା ଆତ୍ମହତ୍ୟା କରିଥିଲେ ।

ସେହିପରି ଭରତପୁରରେ ପ୍ରେମ ସଂପର୍କକୁ ନେଇ ଓ ନୂଆପଲ୍ଲୀରେ ରୁଣ ଭାରରୁ ଆତ୍ମହତ୍ୟା କରିଥିଲେ ।  ଭୁବନେଶ୍ୱର ମଂଚେଶ୍ୱରରେ ୨ ଜଣ ପିଜି ଛାତ୍ର ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏବେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ରାଗିଂରୁ ଆତ୍ମହତ୍ୟା କରିଥିବା ଖବର ଚର୍ଚ୍ଚାରେ ରହିଛି । ପୁଣି ଆଚାର୍ଯୟବିହାରରେ ଏମସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଆଲୋଡନ ସୃଷ୍ଟି କରିଛି ।

ପୁରୁଷ ବେଶି ଆତ୍ମହତ୍ୟା ମନସ୍କ

– କିଛିବର୍ଷ ହେଲା ରାଜଧାନୀ ଭୁବନେଶ୍ୱରରେ ବଢୁଛି ଆତ୍ମହତ୍ୟା ଘଟଣା
– ଗତ ୨ ସପ୍ତାହରେ ଆତ୍ମହତ୍ୟାରୁ ଭୁବନେଶ୍ୱରରେ ୧୦ ଜଣଙ୍କ ଜୀବନ ଯାଇଛି
– ୫ ଜଣ ଆତ୍ମହତ୍ୟା ଉଦ୍ୟମ କରି ରାଜଧାନୀ ଭୁବନେଶ୍ୱରରେ ବିଫଳ ହୋଇଛନ୍ତି
– ଗତ ୫ ବର୍ଷର ହିସାବ ଅନୁସାରେ ୧ ହଜାର ୧୭୧ ଜଣ ଆତ୍ମହତ୍ୟା କରିଛନ୍ତି
– ଚଳିତବର୍ଷ ୭ ମାସ ଭିତରେ ଆତ୍ମହତ୍ୟା ସଂଖ୍ୟା ୩ ଅଙ୍କ ଛୁଇଁ ସାରିଲାଣି
– ଗତବର୍ଷ ରାଜଧାନୀ ଭୁବନେଶ୍ୱରରେ ୨୭୭ ଜଣ ଆତ୍ମହତ୍ୟା କରିଥିଲେ
– ସେମାନଙ୍କ ଭିତରେ କେବଳ ପୁରୁଷ ରହିଥିଲେ ୧୯୦ ଜଣ
– ଅର୍ଥାତ ପ୍ରାୟ ୬୮ ପ୍ରତିଶତ ପୁରୁଷ ଆତ୍ମହତ୍ୟା କରିଥିଲେ
– ରାଜଧାନୀରେ ଆତ୍ମହତ୍ୟା ପ୍ରବଣତା ପଛରେ ମାନସିକ ଚାପ ପ୍ରମୁଖ କାରଣ

– ୧୪ରୁ ୨୫ ବର୍ଷ ବୟସ୍କଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ଅଧିକ
– ଆତ୍ମହତ୍ୟା ମାନସିକତା ସୃଷ୍ଟି ହେଲେ ପରିବାରକୁ ଦିଅନ୍ତି ସଂକେତ
– ଚରମ ନିଷ୍ପତ୍ତି ନେବା ପୂର୍ବରୁ ୫ରୁ ୬ଥର ସଂକେତ ଦେଇଥାନ୍ତି
– ଏହାକୁ ଡାକ୍ତରୀ ଭାଷାରେ ‘କ୍ରାଏ ଫର ହେଲ୍ପ’ ବୋଲି କୁହାଯାଏ
– ଆତ୍ମୀୟମାନେ ଟିକିଏ ସତର୍କ ହେଲେ ଏହାକୁ ବୁଝିପାରିବେ
– ଜଣାପଡିଲେ ଡାକ୍ତର କିମ୍ବା କାଉନସିଲରଙ୍କ ପାଖକୁ ନେବାକଥା
– ସୁଇସାଇଡ୍ ହେଲ୍ପଲାଇନର ସହାୟତା ନେବାକୁ ଡାକ୍ତରଙ୍କ ପରାମର୍ଶ