କେବେ ହୋଟେଲରେ ଗ୍ରାହକଙ୍କୁ ଯୋଗାଉଥିଲେ ଖାଦ୍ୟ, ଏବେ ୨ଲକ୍ଷ କୋଟି ଟଙ୍କା କମ୍ପାନୀର ମାଲିକ । ଜାଣନ୍ତୁ ଛୋଟ ସହରରୁ ଯାଇ ଆମେରିକାରେ କିଭଳି ହେଲେ ପ୍ରତିଷ୍ଠିତ

670

କନକ ବ୍ୟୁରୋ : ଭାରତରୁ ଆମେରିକା ଯାଇ ଟେକ୍ନୋଲୋଜୀ କ୍ଷେତ୍ରରେ ସୁନ୍ଦର ପିଚାଇ, ସତ୍ୟା ନଡେଲା, ପରାଗ ଅଗ୍ରୱାଲ, ଥମସ ରିୟନ ସମେତ ଅନେକ ଭାରତୀୟ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଏବେ ସେମାନଙ୍କ ନାମକୁ ନେଇ ଭାରତ ବେଶ୍ ଗର୍ବ କରୁଛି । ହେଲେ ଏଭଳି କିଛି ନାମ ରହିଛି ଯାହାକୁ କମ୍ ଲୋକ ଜାଣିଥିଲେ ବି ତାଙ୍କ ଟ୍ୟାଲେଣ୍ଟ ଅନ୍ୟମାନଙ୍କ ଠାରୁ ବେଶ୍ ଆଗରେ । ଏହି ତାଲିକାରେ ରହିଛନ୍ତି ୟାମିନୀ ରଙ୍ଗନ । ଭାରତର ଏକ ଛୋଟ ସହରରୁ ଯାଇ ଆମେରିକାରେ ବେଶ୍ ନାମ କମାଇଛନ୍ତି ଏହି ମହିଳା ।

ଟେକ୍ନୋଲୋଜୀ ସେକ୍ଟରରେ ୟାମିନୀ ରଙ୍ଗନଙ୍କ ନାମ ଜଣେ ସମ୍ମାନସ୍ପଦ ସିଇଓ ଭାବେ ଗଣନା କରାଯାଏ । ସେ ଏବେ ଆମେରିକାର ୨ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର କମ୍ପାନୀ ଚଳାଉଛନ୍ତି । ସେ ଏବେ ସ୍ଥିତ ଡେଭଲପର ଓ ସଫ୍ଟୱେୟାର ଫାର୍ମ ହବସ୍ପଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଛନ୍ତି । ଏବେ ଆସନ୍ତୁ ଜାଣିବା ୨୧ ବର୍ଷ ବୟସରେ ଆମେରିକା ଯାଇଥିବା ୟାମିନୀ କିଭଳି ଭାବେ ଏତେ ସଫଳତାର ଅଧିକାରୀ ହୋଇପାରିଲେ ।

୨୧ ବର୍ଷିୟା ୟାମିନୀ ଭାରତର ଏକ ଛୋଟ ସହରରୁ ବଡ ସ୍ୱପ୍ନ ନେଇ ଆମେରିକାରେ ପହଂଚିଥିଲେ । ସଫଳତାର ଯାତ୍ରା ଏତେ ସହଜ ନଥିଲା । ୟାମିନୀ ପ୍ରାରମ୍ଭିକ ସମୟରେ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡିଥିଲା । ପ୍ରଥମ କିଛି ମାସ ୟାମିନୀଙ୍କ ପାଖରେ ଘରଭଡା ଦେବାକୁ ଅର୍ଥ ନଥିଲା । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପ୍ରଥମେ ଆଟଲାଣ୍ଟିକାର ଏକ ଫୁଟବଲ୍ ଷ୍ଟାଡିୟମରେ ସେ ଚାକିରି କରିଥିଲେ । ଏଠାରେ ଥିବା ଏକ ହୋଟେଲରେ ତାଙ୍କୁ ଗ୍ରାହକମାନଙ୍କୁ ଖାଦ୍ୟ ଯୋଗାଇବାର କାମ ମଳିଥିଲା । ଏତେ ପରିଶ୍ରମ ପରେ ବି ସେ ଭାରତ ଫେରିବାକୁ ଚାହିଁ ନଥିଲେ । କାରଣ ସେ ଅନ୍ୟମାନଙ୍କ ଠାରୁ କିଛି ଅଲଗା କରିଦେଖାଇବାକୁ ସ୍ୱପ୍ନ ଦେଖୁଥିଲେ ।

ସେପଟେ ଯଦି ୟାମିନୀଙ୍କ ଶିକ୍ଷଗତ ଯୋଗ୍ୟତା ଦେଖିବା ତେବେ ସେ କୋଏମ୍ବାଟୁରର ଭଶାଥିୟାର ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ଇଂଜିନିୟରିଂରେ ଗ୍ରାଜୁଏସନ କରିଥିଲେ । ଏହାପରେ ସେ ବର୍କଲେରୁ ଏମବିଏ କରିଥିଲେ । ଏହାରି ମଧ୍ୟରେ ସେ ୱକଡେ ଓ ଡ୍ରପବକସ ଭଳି ଆଇଟି କମ୍ପାନୀମାନଙ୍କ ପାଇଁ କାମ କରିଥିଷଲ । ୨୦୨୦ ମସିହାରେ ସେ ମୁଖ୍ୟ କଷ୍ଟମର ଏକଜ୍ୟୁକିଟିଭ ଭାବେ ହବସ୍ପଟ କମ୍ପାନୀରେ ଯୋଗ ଦେଇଥିଲେ । ଗୋଟିଏ ବର୍ଷ ସେ କଷ୍ଟମର ଏକଜ୍ୟୁକିଟିଭ ଭାବେ କାମ କରିବା ପରେ ୨୦୨୧ ରେ ସେ କମ୍ପାନୀର ସିଇଓ ପଦକୁ ପଦୋନ୍ନତି ପାଇଥିଲେ ।