ପ୍ରେମିକ ଘର ଆଗରେ ଧାରଣା : ସ୍ତ୍ରୀ ମାନ୍ୟତା ଦାବିରେ ରାତି ସାରା ଧାରଣାରେ ବସିଲେ ଦୀପିକା

280

କନକ ବ୍ୟୁରୋ : ପ୍ରେମିକ ଘର ବାହାରେ ଧାରଣାରେ ବସିଲେ ମହିଳା । ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଲେ । ଆଉ ପରେ ଅନ୍ୟ କାହାକୁ ବାହା ହେବା ପାଇଁ ପ୍ରୟାସ ଚଳାଇଥିବାରୁ ନିଜ ପ୍ରେମିକଙ୍କ ଘର ବାହାରେ ରାତିସାରା ଧାରାଣା ଦେଇଛନ୍ତି ମହିଳା । ଘଟଣାଟି ବ୍ରହ୍ମପୁର ବଡ ବଜାର ଦେଶୀ ବେହେରା ସାହିର । ଯୁବକ ଦିନେଶ ଗତ କିଛି ବର୍ଷ ଧରି କେ.ଦୀପିକାଙ୍କୁ ପ୍ରେମ କରୁଥିଲେ ।

ଏହାପରେ ଦୀପିକା ଗର୍ଭବତୀ ହେବାରୁ ତାଙ୍କୁ ଛାଡିଦେଇ ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ କଲେ ଦିନେଶ । ଏନେଇ ଟାଉନ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଆଉ ଦିନେଷ ଗିରଫ ହୋଇଥିଲେ । ପରେ ଜାମିନ୍ରେ ମୁକୁଳି ଥିଲେ । ଘଟଣା ଏବେ ହାଇକୋର୍ଟରେ ବିଚାରଧୀନ ଥିବାବେଳେ ଏବେ ଦିନେଶଙ୍କ ପିରବାର ଲୋକେ ତାଙ୍କୁ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଖବର ପାଇଲେ ଦୀପିକା । ଯାହାକୁ ନେଇ ଦିନେଶଙ୍କ ଘର ବାହାରେ ନିଜ ଏକ ବର୍ଷର ଶିଶୁ ପୁତ୍ରକୁ ନେଇ ଧାରଣାରେ ବସିଛନ୍ତି ଦୀପିକା ।