ଥାଇଲ୍ୟାଣ୍ଡ ନାଇଟ୍ କ୍ଲବରେ ନିଆଁ:  ୧୩ ଜଣ ଜୀବନ୍ତ ଦଗ୍ଧ, ୩୫ ଗୁରୁତର

105

କନକ ବ୍ୟୁରୋ: ଥାଇଲ୍ୟାଣ୍ଡର ଚୋନବୁରୀ ପ୍ରାନ୍ତର ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ଦୟନୀୟ ମୃତ୍ୟୁ ହୋଇଛି । ଏଥିରେ ପୋଡିଯିବାରୁ ୩୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ପୋଲିସ ପକ୍ଷରୁ ଏହି ସୂଚନା ମିଳିିଛି ।

ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକ୍ ଦକ୍ଷିଣ ପୂର୍ବରେ ଥିବା ଚୋନବୁରୀ ଇଲାକାରେ ଥିବା ନାଇଟ୍ କ୍ଲବରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ୧୩ଜଣଙ୍କର ଭୟଙ୍କର ମୃତ୍ୟୁ ହୋଇଛି । ନିଆଁ ପାଖାପାଖି ରାତି ୧ଟା ପରେ ଲାଗିବାରୁ ଏହାକୁ ଲିଭାଇବା ଏତେ ସହଜ ନଥିଲା । ଏହି ସହରର ଆଉ ଏକ ଗୋଦାମରେ ମଧ୍ୟ ନିଆଁ ଲାଗିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଶ୍ରମିକ ନିଖୋଜ ଥିବା ଜଣାପଡିଛି । ଏହି ଘଟଣାରେ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ଜଣାପଡିଛି ।