ରାଉରକେଲା ଜେଲରେ କଏଦୀଙ୍କୁ ମାଡ ଘଟଣା : ତଦନ୍ତ ପାଇଁ ପହଂଚିଲେ ସିନିଅର ସର୍କଲ ସୁପରିଟେଣ୍ଡଂଟ

11

ରାଉରକେଲା : ରାଉରକେଲା ଜେଲରେ କଏଦୀଙ୍କୁ ମାଡ ଘଟଣାର ତଦନ୍ତ କରିବାକୁ ପହଂଚିଛନ୍ତି ସିନିଅର ସର୍କଲ ସୁପରିଟେଣ୍ଡଂଟ ବ୍ରହ୍ମାନନ୍ଦ ସାହୁ । ସେପଟେ ଜେଲର ସମୀର ସାହୁଙ୍କୁ ବଦଳି କରାଯାଇଛି । ସମୀରଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି ନିରାକାର ପାଢୀ । ଏହାପରେ ଜେଲ ଭିତରେ ଅନଶନ କରୁଥିବା କଏଦୀମାନେ ଅନଶନରୁ ଓହରିଛନ୍ତି । ଖାଦ୍ୟପେୟ ସମସ୍ୟାକୁ ନେଇ ଜେଲ କର୍ମଚାରୀ ଓ କିଛି କଏଦୀଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା । ଜେଲର କିଛି କଏଦୀଙ୍କୁ ନିସ୍ତୁକ ପିଟିଥିବା ଜଣାପଡିଥିଲା । ଏପରିକି ଜେଲ କର୍ମଚାରୀ ଓ କଏଦୀଙ୍କ ଭିତରେ ମାରପିଟ ବି ହୋଇଥିଲା । ଏହା ପରେ କଏଦୀମାନେ ଜେଲରେ ଅନଶନ ଆରମ୍ଭ କରିଦେଇଥିଲେ । ଦୁଇ ଜଣ କଏଦୀ ଜାମିନରେ ବାହାରକୁ ଆସିବା ପରେ ଜେଲ ଭିତରର ଏହି ଗୁମର ସ୍ପଷ୍ଟ ହୋଇଥିଲା । ରାଉରକେଲା ଜେଲ ଭିତରେ ମୋଟ ୫୪୦ ଜଣ କଏଦୀ ଅଛନ୍ତି ।