୮୧ ବର୍ଷରେ ପାଦଦେଲେ ରତନ ଟାଟା : ମହଙ୍ଗା ଗାଡି ପାଇଁ ନୁହେଁ ବରଂ ଲୁଣ ବିକ୍ରି କରି ବନିଛନ୍ତି ଦେଶର ଜଣେ ସଫଳ ଉଦ୍ୟୋଗପତି
୮୧ ବର୍ଷ ବୟସରେ ପାଦ ଦେଲେ ରତନ ଟାଟା । ଭାରତର ଜଣେ ସଫଳ ଉଦ୍ୟୋଗପତିମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଟାଟା କଂପାନୀର ମାଲିକ । ରତନ ଟାଟାଙ୍କର ପୂରା ନାମ ହେଉଛି ରତନ ନୱଲ ଟାଟା । ରତନ୍ନ ଟାଟାଙ୍କର ଜନ୍ମ ଆଜିର ଦିନରେ ୧୯୩୭ରେ ଗୁଜୁରାଟର ସୁରତରେ ହୋଇଥିଲା । ରତନ ଯାହା କିଛି ବି ଅର୍ଜନ କରିଛନ୍ତି, ଖୁବ୍ କମ ଲୋକ ହିଁ ଏହା କରିବାରେ ସଫଳ ହୋଇପାରିବେ । ବ୍ୟବସାୟରେ ତାଙ୍କର ସକରାତ୍ମକ ଏବଂ ମହାନ ଚିନ୍ତାଧାରା ହିଁ ଆଜି ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ଜଣେ ବ୍ୟକ୍ତିତ୍ୱ କରିପାରିଛି । ତେବେ ଆଜି ଆମେ ତାଙ୍କର ଜନ୍ମ ଦିନ ଅବସରରେ ତାଙ୍କର ସଫଳତା ସଂପର୍କରେ ନେଇ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ କହିବୁ ..
Kanak News is now on WhatsApp
Join and get latest news updates delivered to you via WhatsApp
ରତନ ଟାଟାଙ୍କ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଏବଂ ରୋଚକ କଥା..
• ରତନ ଟାଟା ହାର୍ଭଡ ବିଜନେସ ସ୍କୁଲ (୧୯୭୫)ରେ ନିଜ ପାଠପଢା ଶେଷ କରିଥିଲେ ।
• ତାଙ୍କ ନିକଟରେ ଥିବା ସରାହନୀୟ ଯୋଗଦାନ ପାଇଁ ତାଙ୍କୁ ସରକାରଙ୍କ ତରଫରୁ ପଦ୍ମ ବିଭୁଷଣ ଏବଂ ପଦ୍ମ ଭୁଷଣ ଭଳି ସମ୍ମାନଜନକ ଖିତାବ୍ ମିଳିଛି । ।
• ଏଥିସହିତ ହିଁ ତାଙ୍କୁ ସିଏନଏନ-ଆଇବିଏନ ଇଣ୍ଡିଆନ ଅଫ ଦ ଇୟର ଭଳି ବ୍ୟବସାୟୀକ ସମ୍ମାନ ମିଳିଛି ।
• ରତନ ଟାଟା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ସବୁବେଳେ ଦେଶବାସୀଙ୍କ ଉନ୍ନତି ପାଇଁ ହିଁ କାମ କରନ୍ତି । ତେଣୁ ଯେଭଳି ଜଣେ ମଧ୍ୟମ ବର୍ଗର ଲୋକ କାର ଚଢିବାର ସ୍ୱପ୍ନକୁ ସାକାର କରିପାରିବ , ସେଥିପାଇଁ ସେ ନାନୋ ଭଳି ଶସ୍ତା କାର ଲଂଚ କରିଥିଲେ ।
ତେବେ ରତନ ଟାଟାଙ୍କ ସଂପର୍କରେ ଏହା କହିବା ବି ଭୁଲ ହେବନି କି, ସେ ନିଜ କଂପାନୀର ମହଙ୍ଗାରୁ ମହଙ୍ଗା ଗାଡିକୁ ବିକ୍ରି କରି ନୁହେଁ ବରଂ ଏକ ଲୁଣ ପ୍ୟାକେଟ୍ ବିକି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆପଣଙ୍କୁ ଏଠାରେ ଆମ କହି ରଖୁଛୁ କି, ଟାଟା ଲୁଣ ଜରିଆରେ ରତନ ଟାଟା ଏବେ ଘରେ ଘରେ ପରିଚିତ ।
କାହିଁକି ଅମ୍ବାନୀଙ୍କଠାରୁ ପଛରେ ଅଛନ୍ତି ଟାଟା ମାଲିକ, ଜାଣନ୍ତୁ
ରତନ ଟାଟା ଏବଂ ମୁକେଶ ଅମ୍ବାନୀଙ୍କ ବ୍ୟାକଗ୍ରାଉଣ୍ଡ ଟିକେ ସମାନ ଅଟେ । ଦୁହେଁ ହିଁ ବିଶ୍ୱର ନାମୀଦାମୀ ଏମବିଏ କଲେଜରୁ ନିଜର ପାଠପଢା ଶେଷ କରିଛନ୍ତି । ମୁକେଶ ଷ୍ଟାନଫୋର୍ଡ ୟୁନିଭରର୍ସିଟିରେ ଉଚ୍ଚ ଶିକ୍ଷା ଲାଭ କରିଥିବାବେଳେ ରନତ ହାର୍ଭଡ ବିଜନେସ୍ ସ୍କୁଲରୁ ପାଠପଢା ଶେଷ କରିଛନ୍ତି । ଏଥିସହ ଉଭୟ ମଧ୍ୟ ନିଜ କାରବାରରେ ଅନୁରୂପ ସଫଳତା ହାସଲ କରିପାରିଛନ୍ତି ।
ତେବେ ଏହା କିପରି ସମ୍ଭବ ହେଲା କି ଆଜିକା ଦିନରେ ବିଶ୍ୱର ଧନୀମାନଙ୍କ ତାରିକାରେ କେବଳ ମୁକେଶଙ୍କର ନାଁ ରହିଛି । ଆଉ ରତନଙ୍କ ନାଁ ଏହି ତାଲିକାରେ ହିଁ ନାହିଁ । ଏଠାରେ ଆମେ କହି ରଖୁଛୁ କି, ୨୦୧୭ ସୁଦ୍ଧା ପ୍ରକାଶ ପାଇଥିବା ଏକ ରିପୋର୍ଟରେ ବିଶ୍ୱର ଧନୀମାନଙ୍କ ତାଲିକାରେ ମୁକେଶଙ୍କ ନାଁ ରହିଛି । ମାତ୍ର ଅନେକ କ୍ଷେତ୍ରରେ ରତନ ଟାଟାଙ୍କ ନାଁ ଯୋଡି ହୋଇଥିବାବେଳେ କିନ୍ତୁ ଏହି ତାଲିକାରେ ରତନଙ୍କ ନାଁ କାହିଁକି ରହିପାରିନି । ଏହାର ମୁଖ୍ୟ କାରଣ ହେଲା ଟାଟା ଗ୍ରୁପ ପ୍ରତି ବର୍ଷ ନିଜ ବାର୍ଷିକ ଲାଭ ବା ରୋଜଗାରର ପାଖାପାଖି ୬୬ ପ୍ରତିଶତ ଦାନ କରିଦିଅନ୍ତି ।