ବଡ ଦିନ ଓ ନୂଆବର୍ଷ ପାଇଁ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ସୋ’ର ବ୍ୟବସ୍ଥା ।

206

କନକ ବ୍ୟୁରୋ : ପଠାଣି ସାମନ୍ତ ପ୍ଲାନେଟୋରିୟମର ନିର୍ଦ୍ଦେଶକ, ରସିଦ ଖାନ୍ ଜଣାଇଛନ୍ତି ଯେ, ଆସନ୍ତା ବଡ ଦିନ ଓ ନୂଆବର୍ଷ ସମୟର ଭିଡକୁ ଆଖିରେ ରଖି ୨୦୧୯ ଡିସେମ୍ବର ୨୧ ତାରିଖ ଅର୍ଥାତ ଆଜିଠାରୁ ୨୦୨୦ ଜାନୁୟାରୀ ୧ ତାରିଖ ଯାଏଁ ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ପ୍ରତି ଅଧଘଣ୍ଟା ବ୍ୟବଧାନରେ ଗୋଟିଏ ଲେଖାଏଁ ପ୍ଲାନେଟୋରିୟମର ସୋ’ର ବ୍ୟବସ୍ଥା କରାଯିବ ।

ସୋ’ ଗୁଡିକ କ୍ରମନ୍ୱୟରେ ଓଡିଆ ଓ ହିନ୍ଦୀ ଭାଷାରେ ପରିବେଷଣ କରାଯିବ । ଦଳଗତ ଭାବରେ ସ୍କୁଲ ଓ କଲେଜରୁ ଆସୁଥିବା ଛାତ୍ରଛାତ୍ରୀମାନେ ପୂର୍ବରୁ ପ୍ଲାନେଟୋରିୟମ୍ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ସାଧାରଣ ଦର୍ଶକ ଏହି ସୁବିଧାର ସୁଯୋଗ ନେବା ପାଇଁ ପ୍ଲାନେଟୋରିୟମ୍ ତରଫରୁ ଆହ୍ୱାନ କରାଯାଇଛି । ତେବେ ପ୍ଲାନେଟୋରିୟମର ସୋ’ କେବଳ ସୋମବାର ଦିନ ବନ୍ଦ ରହିବ ।