ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର । ଅଙ୍କୁର ପୂଜନ ସହ ଆଜି ଯଜ୍ଞାଧିବାସ , ଧ୍ୱଜାସ୍ଥାପନା ।୧୫ରୁ ଆରମ୍ଭ ହେବ ଯଜ୍ଞ ।

114

କନକ ବ୍ୟୁରୋ: ଆଗାମୀ ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୫ତାରିଖରୁ ତିନି ଦିନ ଧରି ହେବାକୁ ଥିବା ଯଜ୍ଞ ପାଇଁ ଆରମ୍ଭ ହୋଇଛି ଅଙ୍କୁରାରୋପଣ । ଆଜି ଅଙ୍କୁର ପୂଜନ ସହ ଯଜ୍ଞାଧିବାସ, ଧ୍ୱଜାସ୍ଥାପନ ଓତୋରଣ ସ୍ଥାପନ ଆଦି ନୀତି ଅନୁଷ୍ଠିତ ହେବ । ୧୫ତାରିଖରୁ ୪୮ଜଣ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ଯଜ୍ଞ ଆରମ୍ଭ ହେବ ।

ଲୋକାର୍ପଣ ହେବାକୁ ଥିବା ପଥର ଫଳକରେ ଖୋଦେଇ ହେବ ଅଷ୍ଟଧାତୁ । ଯଜ୍ଞ ମଣ୍ଡପର ଚାରି ଦ୍ୱାରରେ ବେଦପାଠ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ମଣ୍ଡପ । ଏଠାରେ ୬୦ଜଣ ବିଦ୍ୟାର୍ଥୀ ବେଦପାଠ କରିବେ । ଜିଲ୍ଲାପାଳ, ଅନ୍ୟ ଅଧିକାରୀମାନଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଆଗାମୀ ୧୭ତାରିଖରେ ଶ୍ରୀମାର୍ଗ ଦେଇ ଯଜ୍ଞସ୍ଥଳକୁ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ।