ଦିନକରେ ପ୍ରଧାନମନ୍ତ୍ରୀ ମୋଦୀ କଲେ ୭ ବୈଠକ । ଆଗାମୀ ୧୦୦ ଦିନର ରଣନୀତି ଉପରେ ଚର୍ଚ୍ଚା, ବାତ୍ୟା ରେମାଲ ଓ ହିଟୱେଭର କଲେ ସମୀକ୍ଷା

437

କନକ ବ୍ୟୁରୋ : ହିଟୱେଭ ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଦେଶରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ, ଅଂଶୁଘାତ ଜନିତ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ମୋଦୀ । ଏଥିସହ ବାତ୍ୟା ରେମାଲ ପ୍ରଭାବରେ ପଶ୍ଚିମବଙ୍ଗ, ମଣିପୁର, ଆସାମ, ମେଘାଳୟରେ ହୋଇଥିବା କ୍ଷୟକ୍ଷତି ବାବଦରେ ସୂଚନା ଜାଣିବା ସହ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ସବୁଠୁ ବଡ କଥା ହେଉଛି ଗୋଟିଏ ଦିନରେ ମୋଦୀଙ୍କ ଅଧ୍ୟକ୍ଷତାରେ ୭ଟି ବୈଠକ ବସିଛି । ଆଗାମୀ ୧୦୦ଦିନର କାର୍ଯ୍ୟକ୍ରମ, ଅରୁଣାଚଳ ଓ ସିକିମ ନିର୍ବାଚନ ଫଳାଫଳ ସହ ମୋଟ ୭ଟି ବୈଠକ କରାଯାଇଛି ।