ବାଜିଲା ଟି-୨୦ ବିଶ୍ୱକପ ବିଗୁଲ୍ । ପ୍ରଥମଥର ବିଶ୍ୱକପ୍ ଖେଳୁଛି ଆମେରିକା । ଜୁନ ୯ରେ ଭାରତ ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର

123

କନକ ବ୍ୟୁରୋ : ଆଇପିଏଲର ଧମାକା ପରେ ବାଜିଛି ଟି-୨୦ ବିଶ୍ୱକପ୍ ବିଗୁଲ । ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଆରମ୍ଭ ହୋଇଥିବା ଟି-୨୦ ମହାକୁମ୍ଭ ପାଇଁ ପ୍ରସ୍ତୁତ ମଂଚ । ୨୮ ଦିନ ଧରି ହେବାକୁ ଥିବା ଏହି ଲଢେଇରେ ସାମିଲ ହୋଇଛନ୍ତି ୨୦ଟି ଦେଶ । ହେଲେ ବିଶ୍ୱକପ୍ରେ ଯେଉଁ ମ୍ୟାଚ୍ ଉପରେ ରହିଥାଏ ସମସ୍ତଙ୍କ ନଜର, ତାକୁ ଅପେକ୍ଷା କରି ରହିଛନ୍ତି କୋଟିକୋଟି ପ୍ରଂଶସକ । ଜୁନ୍ ୯ ତାରିଖରେ ଖେଳାଯିବ ଭାରତ-ପାକିସ୍ତାନ ମହା ମୁକାବିଲା । ମ୍ୟାଚକୁ ନେଇ ଏବେଠୁ ଆରମ୍ଭ ହୋଇଗଲାଣି କାଉଂଟଡାଉନ୍ । ମ୍ୟାଚ୍ କିଏ ଜିତିବ, କିଏ ହାରିବ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କିଏ ଇତିହାସ କହୁଛି, ଟି-୨୦ ବିଶ୍ୱକପ୍ରେ ପାକିସ୍ତାନ ଉପରେ ଭାରୀ ରହିଛି ମେନ୍ ଇନ୍ ବ୍ଲୁ ।

ଟି-୨୦ ବିଶ୍ୱକପରେ ଦୁଇ ଦଳ ମଧ୍ୟରେ ମୋଟ୍ ୭ଟି ମ୍ୟାଚ୍ ଖେଳାଯାଇଛି
– ଭାରତ ୬ଟି ମ୍ୟାଚ୍ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ଗୋଟିଏ ମାତ୍ର ମ୍ୟାଚ୍ ଜିତିବାରେ ସମକ୍ଷ ହୋଇଛି

ଟି-୨୦ ବିଶ୍ୱକପ୍ ପ୍ରଥମ ସଂସ୍କରଣରୁ ୨୦୨୨ ବିଶ୍ୱକପ ଭିତରେ ପାକିସ୍ତାନ ଉପରେ ଭାରତର ରହି ଆସିଛି ଲଗାତାର ଦବଦବା । ୨୦୦୭ ବିଶ୍ୱକପର ପ୍ରଥମ ମ୍ୟାଚ୍ ଭାରତ-ପାକିସ୍ତାନ ମଧ୍ୟରେ ଟାଇ ରହିଥିଲା କିନ୍ତୁ ସୁପର୍ ଓଭରରେ ଭାରତର ବାଜିମାତ ହୋଇଥିଲା । ଏହାପରେ ଭାରତ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ନଜର ପକାଇବା ପାକିସ୍ତାନ ବିପକ୍ଷରେ ଭାତ
ବର୍ଷ               ସ୍ଥାନ                      ଫଳାଫଳ
୨୦୦୭         ଜୋହାନସବର୍ଗ           ଭାରତ ୫ ରନରେ ବିଜୟୀ
୨୦୧୨         କଲମ୍ବୋ ଭାରତ          ୮ ୱିକେଟରେ ବିଜୟୀ
୨୦୧୪        ମିରପୁର ଭାରତ            ୭ ୱିକେଟରେ ବିଜୟୀ
୨୦୧୬        କୋଲକାତା ଭାରତ        ୬ ୱିକେଟରେ ବିଜୟୀ
୨୦୨୧       ଦୁବାଇ ପାକିସ୍ତାନ           ୧୦ ୱିକେଟରେ ବିଜୟୀ
୨୦୨୨         ମେଲବର୍ଣ୍ଣ ଭାରତ        ୪ ୱିକେଟରେ ବିଜୟୀ

ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରତି ମ୍ୟାଚରେ ଚାପ ରହିବା ସ୍ୱାବାଭିକ । ଆସନ୍ତା ରବିବାର ଖେଳାଯିବାକୁ ଥିବା ମ୍ୟାଚରେ ମଧ୍ୟ ଉଭୟ ଦଳ ଉପରେ ରହିବ ଅତ୍ୟଧିକ ଚାପ । ତେବେ ଯେଉଁ ଦଳ ଚାପକୁ ଠିକ୍ ଭାବେ ସାମ୍ନା କରିବ, ସେହି ଦଳର ପଲା ଭାରୀ ରହିବ ।