ଅରୁଣାଚଳରେ ବିଜେପି, ସିକ୍ମିମରେ ବି ଏନଡିଏ ସହଯୋଗୀକୁ ବହୁମତ । ସିକିମରେ ୩୧ରୁ ୩୦ ଆସନ ପୋଛିନେଲା ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା

555

କନକ ବ୍ୟୁରୋ: ଅରୁଣାଚଳପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଅରୁଣାଚଳ ପ୍ରଦେଶରେ ବିଜେପି ହ୍ୟାଟ୍ରିକ୍ ମାରିଛି । ରାଜ୍ୟରେ ୬୦ ଆସନରୁ ୪୬ ଆସନରେ ବିଜୟୀ ହୋଇଛି ବିଜେପି । ତେବେ ଗତ ଏପ୍ରିଲ ୧୯ ତାରିଖରେ ଏଠାରେ ଭୋଟ ଗ୍ରହଣ ହୋଇଥିଲା । ଯେଉଁଥିରେ ୬୦ ଆସନରୁ ୧୦ ଆସନରେ ବିଜେପି ପ୍ରାର୍ଥୀମାନେ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ । ଯେଉଁଥିରେ ସିକ୍କିମ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ଉପ ମୁଖ୍ୟମନ୍ତ୍ରୀ ଥିଲେ । ବାକି ୫୦ ଆସନରେ ମତଦାନ କରାଯାଇଥିଲା । ବର୍ତ୍ତମାନ ଲଗାତାର ତୃତୀୟ ଥର ପାଇଁ ଦଳ ଏଠାରେ ସରକାର କରିବା ସ୍ପଷ୍ଟ ହୋଇଛି । ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୩୧ ଥିବାବେଳେ ୪୬ ଆସନ ଦଖଲ କରିଛି ଦଳ ।

ସେହିପରି ସିକିମରେ ସିକିମ କ୍ରାନ୍ତିକାରି ମୋର୍ଚ୍ଚା ପୁଣି ସରକାର ଗଠନ କରିବାକୁ ଜନମତ ହାସଲ କରିଛି । ବିରୋଧୀଙ୍କୁ ଚକମା ଦେଇ ୩୨ ଆସନରୁ ୩୧ ଆସନରେ ଜିତିଛି ଦଳ । ସରକାର ଗଠନ ପାଇଁ କେବଳ ମ୍ୟାଜିକ ନମ୍ବର ୧୬ ଥିବାବେଳେ ଏହାଠୁ ବେଶ ଆଗରେ ରହିଛି ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା । ୨୦୧୪, ୨୦୧୯ ପରେ ପରେ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି ଏସକେଏମ ।