ଓଡ଼ିଶା ବିଧାନସଭା ଫଳାଫଳକୁ ନେଇ ଆସିଲା ବୁଥ୍ ବାହୁଡା ମତ । ବିଜେଡି-ବିଜେପି ମଧ୍ୟରେ ହେଇପାରେ କଡା ଟକ୍କର । ୬୨ରୁ ୮୦ ଆସନ ପାଇପାରନ୍ତି ଉଭୟ ଦଳ

1,720

କନକ ବ୍ୟୁରୋ: ଓଡ଼ିଶା ବିଧାନସଭା ଫଳାଫଳକୁ ନେଇ ଆସିଲା ବୁଥ୍ ବାହୁଡା ମତ । ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ଆକଳନ କହୁଛି ବିଜେଡି-ବିଜେପି ମଧ୍ୟରେ ଦେଖିବାକୁ ମିଳିପାରେ କଡା ଟକ୍କର । ଉଭୟ ବିଜେପି ଓ ବିଜେଡି ୬୨ରୁ ୮୦ ଆସନ ପାଇପାରନ୍ତି ବୋଲି ଆକଳନ କରିଛି ଏହି ସଂସ୍ଥା । ସେହିପରି କଂଗ୍ରେସ ୫ରୁ ୮ ଆସନ ପାଇବ ବୋଲି ଆକଳନ କରାଯାଇଛି । ସେପଟେ ଜନ କି ବାତର ଆକଳନ ବିଜେଡି ପାଇଁ ଆଶ୍ୱସ୍ତିକର ଖବର ଆଣିଛି । ଏହି ସଂସ୍ଥାର ସର୍ଭେ ଅନୁଯାୟୀ ଓଡ଼ିଶାରେ ଏକାକି ସରକାର ଗଢିବ ବିଜେଡି । ବିଜେଡି ୮୧, ବିଜେପି ୫୮, କଂଗ୍ରେସ ୮ ଆସନରେ ବିଜୟୀ ହେବେ ବୋଲି ଆକଳନ କରିଛି ଜନ୍ କି ବାତ୍ । ତେବେ ୨୦୧୯ ନିର୍ବାଚନରେ ବିଜେଡି ୧୧୨ ଆସନ, ବିଜେପି ୨୩ ଏବଂ କଂଗ୍ରେସ ୯ ଟି ଆସନରେ ବିଜୟୀ ହୋଇଥିଲେ । ଏଥର ବିଜେଡି ଜିତିଲେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଭାରତରେ ସବୁଠୁ ଅଧିକ ଦିନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବେ ନବୀନ ପଟ୍ଟନାୟକ । ତେଣୁ ଆସନ୍ତା ୪ ତାରିଖରେ ନିର୍ବାଚନୀ ଫଳାଫଳ ଆସିବାକୁ ଥିବା ବେଳେ ଏକଜିଟ୍ ପୋଲ ଏକଜାଟ୍ ପୋଲରେ ପରିଣତ ହେଉଛି କି ନାହିଁ ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।