ନିର୍ବାଚନ ସରିବା ପରେ ଗ୍ରାହକଙ୍କ ପିଠିରେ ମହଙ୍ଗା ମାଡ଼ । ଲିଟର ପିଛା ୨ଟଙ୍କା ବଢିଲା ଅମୁଲ କ୍ଷୀରର ଦର

163

କନକ ବ୍ୟୁରୋ: ନିର୍ବାଚନ ସରିବା ପରେ ଗ୍ରାହକଙ୍କୁ ବଡ଼ ଝଟକା, ୨ ଟଙ୍କା ବଢିଲା ଅମୁଲ କ୍ଷୀରର ଦର । ସେପଟେ ଟୋଲ ଟ୍ୟାକ୍ସ ବୃଦ୍ଧି କଲା ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ । ଲୋକସଭା ନିର୍ବାଚନ ଫଳାଫଳର ଗୋଟିଏ ଦିନ ପୂର୍ବରୁ ଗ୍ରାହକଙ୍କୁ ଏଭଳି ମହଙ୍ଗା ମାଡ଼ ହୋଇଛି । ଦେଶର ପ୍ରମୁଖ ଡାଏରୀ କମ୍ପାନୀ ଅମୁଲ ଆଜିଠୁ ଦରବୃଦ୍ଧି ନେଇ ଘୋଷଣା କରିଛି । ଅମୁଲ ନିଜର ଗୋଲ୍ଡ ବ୍ରାଣ୍ଡ ସମେତ ଅନ୍ୟ ସମସ୍ତ ଭେରାଇଟି ବ୍ରାଣ୍ଡ କ୍ଷୀରର ଲିଟର ପ୍ରତି ମୂଲ୍ୟରେ ଦୁଇ ଟଙ୍କା ବୃଦ୍ଧି ନେଇ ଘୋଷଣା କରିଥିବା ବେଳେ ଆଜିଠୁ ନୂଆଦର ଲାଗୁ ହୋଇଛି । ଅମୁଲ ପରେ ଅନ୍ୟ ଡାଏରୀ କମ୍ପାନୀ ଗୁଡ଼ିକ ମଧ୍ୟ ଦର ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ଆଜିଠୁ ଟୋଲ ପ୍ଲାଜାରେ ଅଧିକ ୫ ପ୍ରତିଶତ ଟ୍ୟାକସ ପୈଠ କରିବେ ଗାଡ଼ି ଚାଳକ । ଜାତୀୟ ରାଜପଥ ବ୍ୟବହାରୀଙ୍କ ଦେୟର ବାର୍ଷିକ ସଂଶୋଧନ ପୂର୍ବରୁ ଏପ୍ରିଲ ୧ ତାରିଖରୁ କାର୍ଯ୍ୟକାରୀ କରାଯାଉଥିଲା । ତେବେ ଚଳିତ ବର୍ଷ ନିର୍ବାଚନ ଲାଗି ଏହାକୁ ଲାଗୁ କରାଯାଇନଥିବା ବେଳେ ଆଜିଠୁ ଏହାକୁ ଲାଗୁ କରାଯାଇଛି ।