ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି : ଗ୍ରହଣ ସ୍ନାନ ପରେ ତିନି ଠାକୁରଙ୍କ ପାଖରେ ଲାଗି ହେଲା ଖଇକୋରା ଭୋଗ, ଅନ୍ୟ ଦେବାଦେବୀଙ୍କ ପୂଜା ବନ୍ଦ

334

କନକ ବ୍ୟୁରୋ : ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ଶ୍ରୀମନ୍ଦିରରେ ଥିବା ଅନ୍ୟ ଦେବାଦେବୀଙ୍କ ନୀତିକାନ୍ତି ବନ୍ଦ ରହିଥିବାବେଳେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ନୀତିରେ ପୂଜା କରାଯାଇଛି । ଗ୍ରହଣ ସ୍ନାନ ପରେ ତିନି ଠାକୁରଙ୍କ ପାଖରେ ଲାଗି ହୋଇଛି ଖଇକୋରା ଭୋଗ । ସୂର୍ଯ୍ୟପରାଗ ପୂର୍ବରୁ ରାତି ସାରା ଖୋଲା ରହି ଥିିଲା ଶ୍ରୀମନ୍ଦିର । ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ ।

ଆଜି ସୂର୍ଯ୍ୟପରାଗ ଲାଗିଥିବାରୁ ପ୍ରଶାସନର ନିଷ୍ପତି ଅନୁଯାୟୀ ଗତକାଲି ସାରା ରାତି ଶ୍ରୀମନ୍ଦିର ଖୋଲା ରହିଥିଲା । ଏଥିପାଇଁ ସାରା ରାତି ଚଳଚଂଚଳ ରହିଥିଲା ବଡ ଦେଉଳ । ଆଉ ସାରା ରାତି ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ନିଶଦ୍ଦ ରାତିରେ ମହାପ୍ରଭୁଙ୍କୁ ଦର୍ଶନ କରିଥିବାରୁ ଶ୍ରଦ୍ଧାଳୁମାନେ ଏହାକୁ ନିଆରା ଦର୍ଶନ ବୋଲି କହିଥିଲେ ।