୫ ଖଣ୍ଡରୁ ଅଧିକ ହୋଇଯାଇଛି କି ନୋଟ୍ ? ତଥାପି ବ୍ୟାଙ୍କ କରିବ ଗ୍ରହଣ, ଅସ୍ୱୀକାର କଲେ ଦେବାକୁ ପଡିପାରେ ୧୦ ହଜାର ଟଙ୍କାର ଫାଇନ୍, ଆରବିଆଇର କଡା ନିର୍ଦ୍ଦେଶ

57

ଯଦି ଆପଣ ପାଖରେ ପୁରୁଣା, ଚିରାଫଟା କିମ୍ବା ରଙ୍ଗ ଲଗାଯାଇଥିବା ନୋଟ ରହିଛି , ଯାହାକୁ ଆପଣ ବଦଳାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଏହି କାମ ଏବେ ସହଜରେ ହୋଇପାରିବ । ରିଜର୍ଭ ବ୍ୟାଙ୍କ ଆରବିଆଇ ତରଫରୁ ଏଭଳି ନୋଟକୁ ବଦଳାଇ ପାଇଁ କିଛି ନିୟମ ଜାରି କରାଯାଇଛି । ଯାହାକୁ ମାନବାକୁ ମଧ୍ୟ ବ୍ୟାଙ୍କମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ଆରବିଆଇ ନିୟମ ମୁତାବକ, କୌଣସି ବି ବ୍ୟାଙ୍କରେ ଚିରାଫଟା ନୋଟ ବଦଳାଯାଇପାରିବ, ଆଉ ବ୍ୟାଙ୍କ ମଧ୍ୟ ଏଭଳି ନୋଟକୁ ଗ୍ରହଣ କରିବାକୁ ବାଧ୍ୟ ଅଟନ୍ତି । ଯଦିଓ କିଛି ନୋଟ ଏଭଳି ବି ରହିଛି , ଯାହାକୁ ବଦଳାଇ ପାଇଁ ବ୍ୟାଙ୍କ ରୋକଠୋକ ମନା କରିଦେଇପାରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଆରବିଆଇର କିଛି ଏଭଳି ନିୟମ ଏବଂ କିଭଳି ଆପଣ ଚିରାଫଟା ନୋଟକୁ ବଦଳାଇବେ ସେନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ନିମ୍ନରେ ପ୍ରଦାନ କରିଛୁ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ..

• ଆରବିଆଇ ନିୟମ ମୁତାବକ, ଏଭଳି ନୋଟକୁ ଆପଣ ଅତି ସହଜରେ ବ୍ୟାଙ୍କରେ ବଦଳାଇପାରିବେ । ଆଉ ବ୍ୟାଙ୍କ ମଧ୍ୟ ଏହି ନୋଟକୁ ଗ୍ରହଣ କରିବାକୁ ବାଧ୍ୟ । ଯଦି ଆପଣଙ୍କ ପାଖାରେ ଥିବା ନୋଟ ଦୁଇ ଖଣ୍ଡ ହୋଇଯାଇଛି ତେବେ ମଧ୍ୟ ଏଭଳି ନୋଟକୁ ବ୍ୟାଙ୍କ ଗ୍ରହଣ କରିବାକୁ ବାଧ୍ୟ ହେବେ । ଏଥିସହିତ ହିଁ ରଙ୍ଗ ଲାଗିଥିବା ନୋଟକୁ ମଧ୍ୟ ବ୍ୟାଙ୍କରେ ଆପଣ ବଦଳାଇପାରିବେ । ତେବେ ଏହି କାମ ସେତେବେଳେ ଯାଇ ସମ୍ଭବ ଯଦି ଆପଣଙ୍କର ଉକ୍ତ ବ୍ୟାଙ୍କରେ ଆକାଉଂଟ ରହିଥିବ । ସେହିପରି ବ୍ୟାଙ୍କ ବ୍ୟତୀତ ଆପଣ ଏଭଳି ନୋଟକୁ ଆରବିଆଇର ଅଫିସରେ ମଧ୍ୟ ଚେଂଜ କରିପାରିବେ ।

• ଆପଣ ଚାହିଁଲେ ପୁରୁଣା ନୋଟକୁ ବଦଳାଇ ନୂଆ ନୋଟ ନେବା ପରିବର୍ତ୍ତେ ଏହି ନୋଟକୁ ଆପଣଙ୍କ ବ୍ୟାଙ୍କ ଆକାଉଂଟରେ ବି ଜମା କରିପାରିବେ ।

• ଆରବିଆଇ ସୁଚନା ମୁତାବକ, ଜଣେ ବ୍ୟକ୍ତି ଗୋଟିଏ ଦିନରେ ଏଭଳି ୨୦ଟି ନୋଟ କିମ୍ବା ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବଦଳାଇପାରିବେ । ହେଲେ ଯଦି ଆପଣ ୨୦ ନୋଟରୁ ଅଧିକ କିମ୍ବା ୫ ହଜାର ଟଙ୍କାରୁ ଅଧିକ ନୋଟ ବଦଳାଉଛନ୍ତି ତେବେ ବ୍ୟାଙ୍କ ନିକଟରେ ଅଧିକାର ରହିଛି କି ସେ ଏହା ବଦଳରେ ଆପଣଙ୍କଠାରୁ ସର୍ଭିସ ଚାର୍ଜ ଆଦାୟ କରିପାରିବେ ।

• ଯଦି କୌଣସି ନୋଟ ୫ ଖଣ୍ଡ ହୋଇଯାଇଛି, ତେବେ ଏହି ନୋଟକୁ ଆପଣ ନନ-ଚେଷ୍ଟ ରେ ହିଁ ବଦଳାଇପାରିବେ । ବ୍ରାଂଚରେ ଉପଲବ୍ଧ ସମ୍ବନ୍ଧିତ ଅଧିକାରୀ ଏଭଳି ନୋଟକୁ ଯୋଡିବାକୁ ପ୍ରୟାସ କରିବେ ଏବଂ ପୁଣି ଏକ୍ସଚେଂଜ କରିବେ । ହେଲେ ଯଦି ସେମାନେ ଏଭଳି କରିବାର ଅସମର୍ଥ ହେବେ ତେବେ ନୋଟକୁ କରେନ୍ସି ଚେଷ୍ଟରେ ବି ପଠାଇପାରନ୍ତି । ଏଭଳି ପରିସ୍ଥିତିରେ ବ୍ୟକ୍ତିଙ୍କୁ ପୁରୁଣା ବଦଳରେ ନୂଆ ନୋଟ ୩୦ ଦିନ ମଧ୍ୟରେ ପ୍ରଦାନ କରାଯିବ । ସେହିପରି ଯଦି ନୋଟର ଖଣ୍ଡ ୫ରୁ ଅଧିକ ହୋଇଯାଇଛି ତେବେ ତାକୁ କରେନ୍ସି ଚେଷ୍ଟରେ ହିଁ ପଠାଯିବ ।

ବ୍ୟାଙ୍କ ନେବାକୁ ମନା କଲେ ଲାଗିବ ଫାଇନ

ଆରବିଆଇ ନିୟମାନୁସାରେ, ଯଦି କୌଣସି ବ୍ୟାଙ୍କ ଏଭଳି ନୋଟ ଗ୍ରହଣ କରିବାକୁ ଅସ୍ୱୀକାର କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ଉକ୍ତ ବ୍ୟାଙ୍କ ଉପରେ ୧୦ ହଜାର ଟଙ୍କାର ଫାଇନ ମଧ୍ୟ ଲାଗିପାରେ ।