ରାମଦେବଙ୍କୁ ପୁଣି ଝଟକା ! ପରୀକ୍ଷାରେ ଫେଲ୍ ଆମଲା ଜୁସ୍ , ଆର୍ମି କ୍ୟାଟିଂନରେ ବିକ୍ରି ବନ୍ଦ

36

କଣ ଆପଣ ବି ପତଞ୍ଜଳୀର ଆମଲା ଜୁସ୍ ବ୍ୟବହାର କରୁଛନ୍ତି । ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହି ଜୁସ୍ ଆପଣଙ୍କ ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ହୋଇପାରେ । ଲାବୋରେଟୋରୀ ଟେଷ୍ଟରେ ପତଞ୍ଜଳୀ ଆମଲା ଜୁସ୍ ଫେଲ୍ ହୋଇଯାଇଛି । ଫଳରେ ଆର୍ମି କ୍ୟାଟିଂନରେ ଏହାର ବିକ୍ରି ଉପରେ ରୋକ୍ ଲଗାଯାଇଛି । ଏହା ସହ ଆର୍ମି ଷ୍ଟୋରରେ ପୂର୍ବରୁ ଉପଲବ୍ଧ ଥିବା ଆମଲା ଜୁସକୁ ମଧ୍ୟ ଫେରାଇଆଣିବାକୁ କୁହାଯାଇଛି ।

ସୂଚନା ଅନୁସାରେ , କୋଲକାତାର ସେଂଟ୍ରାଲ୍ ଫୁଡ୍ ଲାବୋରେଟୋରୀରେ କରାଯାଇଥିବା ପରୀକ୍ଷାରେ ଫେଲ୍ ହୋଇଛି ପତଞ୍ଜଳୀର ଆମଲା ଜୁସ୍ । ଏହା ବ୍ୟବହାର ଉପଯୋଗୀ ନୁହେଁ ବୋଲି ରିପୋର୍ଟ ମିଳିଛି । ତେବେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ପତଞ୍ଜଳୀ ନୁଡୁଲ୍ସ ଏବଂ ପାସ୍ତା ବିବାଦ ଘେରକୁ ଆସି ସାରିଛି ।