ଏଣିକି ମୋବାଇଲ ନମ୍ବର ଭଳି ଗାଡି ନମ୍ବରକୁ ବି କରିପାରିବେ ପୋର୍ଟ ! ଅଧିକ ଜାଣିବା ପାଇଁ ପଢନ୍ତୁ ଏହି ଖବର

376

ମୋବାଇଲ ଫୋନ  ନମ୍ବର ଭଳି ଏଣିକି ଆପଣା ଆପଣଙ୍କର ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ବି ବିନା ବଦଳାଇ ପୋର୍ଟ କରିପାରିବେ । ଦିଲ୍ଲୀ, ଚଣ୍ଡିଗଡ ଏବଂ ମହାରାଷ୍ଟ୍ର ଭଳି ଏବେ ଏହି ବ୍ୟବସ୍ଥା ଉତରପ୍ରଦେଶରରେ ବି ଲାଗୁ ହେବାକୁ ଯାଉଛି । ୟୁପି ଟ୍ରାନ୍ସପୋର୍ଟ ଡିପାର୍ଟିମେଂଟ ମଧ୍ୟ ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ପୋର୍ଟ କରିବାର ଅନୁମତି ଦେଇ ଦେଇଛନ୍ତି । ନିୟମ ଅନୁସାରେ, ଏଣିକି ଆପଣ ପୁରୁଣା ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ଅନ୍ୟ ଗାଡି ପାଇଁ ପୋର୍ଟ କରିପାରିବେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଯଦି ଆପଣ ଆପଣଙ୍କର ଗାଡିକୁ ବିକ୍ରି କରିଦେଇଛନ୍ତି  ତେବେ ବି ଆପଣ ଚାହିଁଲେ ଆପଣଙ୍କର ପୁରୁଣା ନମ୍ବରକୁ ଅନ୍ୟ ଗାଡିରେ ପୋର୍ଟ କରିପାରିବେ । ତେବେ ଏହି ନିୟମକୁ ଖୁବ୍ ଶୀଘ୍ର ଲାଗୁ କରାଯାଇପାରେ । ଏହାକୁ ବି ଠିକ୍ ସେହି ଭଳି ଲାଗୁ କରାଯିବ, ଯେଭଳି ମୋବାଇଲ ନମ୍ବରକୁ ପୋର୍ଟ କରିବା ପାଇଁ ଟେଲିକମ  ବିଭାଗମାନେ କରୁଛନ୍ତି ।

ତେବେ ଯଦି ଏହି ନିୟମକୁ ଆଧିକାରୀ ଭାବେ ଲାଗୁ କରିଦିଆଯାଏ, ତେବେ କୌଣସି ବି ବ୍ୟକ୍ତି ନିଜ ନୂଆ ଗାଡିକୁ ପୁରୁଣା ନମ୍ବରରେ ପଂଜିକୃତ କରିପାରିବେ । ଯାହା ପୂର୍ବରୁ ହିଁ ତାଙ୍କ ନାଁରେ ରହିଥିବ । ଖାସ୍ କଥା ହେଲା କି,  ଗାଡି ପଂଜିକରଣ ସଂଖ୍ୟା ପୋର୍ଟେବିଲିଟି ସବୁ ପ୍ରକାରର ଗାଡି ପାଇଁ ଉପଲବ୍ଧ ହେବ ଏବଂ ଏହାକୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଶ୍ରେଣୀକୁ ବି ସ୍ଥାନାନ୍ତରିତ କରାଯାଇହେବ ।

ସୂଚନା ମୁତାବକ, ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ପୋର୍ଟ କରିବା ପାଇଁ ଦୁଇ ଚକିଆ ଯାନ ପାଇଁ ୨୦ ହଜାର ଟଙ୍କା ଏବଂ ଚାରି ଚକିଆ ଯାନ ପାଇଁ ପାଖାପାଖି ୫୦ ହଜାର ଟଙ୍କା  ଖର୍ଚ୍ଚ ଆସିପାରେ । କିନ୍ତୁ ଏସଂପର୍କରେ କୌଣସି ବି ଆଧିକାରୀକ ସୂଚନା ଏଯାବତ୍ ମିଳିପାରିବ ନାହିଁ ।