ଅସ୍ତ୍ରପୋଚାର ସମୟରେ ମହିଳାଙ୍କ ପେଟରୁ ବାହାରିଲା ୩୫ କିଲୋଗ୍ରାମର ଟ୍ୟୁମର : ଡାକ୍ତର କହିଲେ ଚାକିରୀ କରିବା ଭିତରେ ଏହା ବିରଳ

64

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଜଣେ ମହିଳାଙ୍କ ଗର୍ଭାଶୟରୁ ୩୫କିଲୋର ଟ୍ୟୁମର ବାହାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପେଟର ଯନ୍ତ୍ରଣା ଅସହ୍ୟ ହେବାରୁ ମହିଳାଜଣଙ୍କ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । କାରଣ ଜାଣିବା ପାଇଁ ତାଙ୍କର ଅଲଟ୍ରାସୋନୋଗ୍ରୋଫି କରିଥିଲେ । ତେବେ ଏହାପରେ ଜଣାପଡିଥିଲା  ମହିଳାଙ୍କ ପେଟରେ ଟ୍ୟୁମର ରହିଛି । ତେବେ ଡାକ୍ତର ଅସ୍ତ୍ରପୋଚାର କରି ବା ଲାଗି କହିଥିଲେ ଓ ଅସ୍ତ୍ରପୋଚାର ମଧ୍ୟ ହୋଇଥିଲା । ଅସ୍ତ୍ରପୋଚାର ସମୟରେ ମହିଳାଙ୍କ ପେଟରୁ ୩୫କିଲୋର ୨ଟି ଟ୍ୟୁମର ବାହାର କରିଥିଲେ ଡ଼ାକ୍ତର । ଏହି ଅସ୍ତ୍ରୋପଚାରଟି ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଥିବା କଲ୍ୟାଣ ମେଡ଼ିକାଲ କଲେଜରେ କରାଯାଇଥିବା ବେଳେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣା ପଡ଼ିଛି ।

 

ସୂଚନା ମୁତାବକ,ରଜନୀବାବୁରେ ରହୁଥିବା ଆରତୀ ଅଧିକାରୀ ନାମକ ଜଣେ ମହିଳାଙ୍କ ପେଟରେ ହଠାତ୍ ଅସହ୍ୟ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯାହା ପାଇଁ ସେ କଲ୍ୟାଣ ମେଡ଼ିକାଲ କଲେଜ ଆସି ଡ଼ାକ୍ତରଙ୍କୁ ସବୁ ବିଷୟରେ ଜଣାଇବା ପରେ ଡ଼ାକ୍ତର ତାଙ୍କୁ ଅଲଟ୍ରାସୋନୋଗ୍ରାଫି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଲଟ୍ରାସୋନୋଗ୍ରାଫ ପରେ ଆରତୀଙ୍କ ପେଟ ଭିତରେ ଏକ ବଡ଼ ଆକାରର ଟ୍ୟୁମର ହୋଇଥିବା ଡ଼ାକ୍ତର ଦେଖିଥିଲେ । ଏହା ପରେ ତୁରନ୍ତ ଅସ୍ତ୍ରୋପଚାର ପାଇଁ ନିର୍ଦ୍ଦେଶ ଦେବା ପରେ ଅସ୍ତ୍ରୋପଚାର କରାଯାଇ ଆରତୀଙ୍କ ପେଟରୁ ୨ଟି ଟ୍ୟୁମରକୁ ବାହାର କରାଯାଇଥିଲା । ଏଭଳି ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ କରାଯାଇଛି ବୋଲି ଡାକ୍ତର କହିବା ସହ ଆରତୀଙ୍କ ଅବସ୍ଥା ଏବେ ସ୍ଥିର ଥିବା ସେ କହିଛନ୍ତି ।