ଦଂପତ୍ତିଙ୍କର ଏମିତି ଏକ ଘର , ଯେଉଁଠି ବିଜୁଳି ବିଲ୍ ମାସକୁ ୪ ୟୁନିଟ୍ !

82

କେରଳ : ଏ ଏମିତି ଏକ ଘର ଯେଉଁଠି ମାସକୁ ଖର୍ଚ୍ଚ ହୁଏ ୪ ୟୁନିଟ୍ ବିଜୁଳି । ଏହି ଘରେ ନା କୈାଣସି ପଙ୍ଖା କି ଏସିର ଆବଶ୍ୟକ ପଡେନାହିଁ । ବାହାରର ତାପମାତ୍ରା ୪୦ ଡ଼ିଗ୍ରୀ ଥାଏ , କିନ୍ତୁ ଏହି ଘରେ ଆପଣଙ୍କୁ ଖୁବ୍ ଥଣ୍ଡା ଅନୁଭୂତ ହେବ । ଏମିତି ଏକ ଅଭିନବ ଘର କେରଳର କନ୍ନୁର୍ ଜିଲ୍ଲାରେ ରହିଛି । ଜଳ ସଂସ୍ଥାନରେ କାମ କରୁଥିବା ହରି ଓ ତାଙ୍କର ସ୍ତ୍ରୀ ଆଶା ଏଭଳି ଘରକୁ ତିଆରି କରିଛନ୍ତି । ଉଭୟ ପତି-ପତ୍ନୀ ପ୍ରକୃତିପ୍ରେମୀ ଅଟନ୍ତି । ବିବାହ ପରେ ଉଭୟ ପ୍ଲାନ୍ କରିଥିଲେ ଏମିତି ଏକ ସ୍ଥାନରେ ରହିବେ , ଯେଉଁଠି ପ୍ରକୃତିର ଶୋଭା ଥିବ । ଏହାସହ ଉଭୟ ପର୍ଯ୍ୟାବରଣକୁ ବଂଚାଇବା ପାଇଁ ପୂରା ସହଯୋଗ ଦେବେ ।

ଏମିତି ଏକ ଉନ୍ନତ ଭାବନା ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ନୂଆ ଡିଜାଇନ ସହ ଘରର ନକ୍ସା ବନେଇଥିଲେ । ଖାଲି ଆବଶ୍ୟକ ଥିଲା ଜଣେ ଆର୍କିଟେକଚରଙ୍କର । ହରିଙ୍କ ବନ୍ଧୁ ଗୃହ ନିର୍ମାଣ କାର୍ଯ୍ୟ କରୁଥିଲେ । ସେ ଏହି ଭଳି ଏକ ଘରର ବନାଇବା ପାଇଁ ସାହାଯ୍ୟ କରିଥିଲେ । ଏହି ଘରର କାନ୍ଥ ମାଟିରେ ତିଆରି । ଦିନରେ ସୂର୍ଯ୍ୟଙ୍କ ରଶ୍ମୀ ଏହି ଘରର କାନ୍ଥକୁ ଭେଦ କରିପାରେ ନାହିଁ । ଯଦ୍ୱାରା ଘର ଭିତର ଖୁବ୍ ଥଣ୍ଡା ରହେ । ଘରର ଛାତ କଂକ୍ରିଟ୍ ଓ ଟାଇଲ୍ସରେ ତିଆରି । ହରି କୁହନ୍ତି କଂକ୍ରିଟର ଏଥିପାଇଁ ବ୍ୟବହାର କରିଛୁ କି ବହୁତ ବର୍ଷା ହେଲେ ପାଣି ଯେମିତି ଭିତରେ ନପଡେ ।

ଏ ଘରର ଏକ ମହତ୍ କଥା ହେଲା । ଏଠାରେ ବିଜୁଳି ଖୁବ୍ କମ୍ ଖର୍ଚ୍ଚ ହୁଏ । ଏ ଘରେ ପ୍ରାକୃତିକ ଫ୍ରିଜ୍ ରହିଛି । ଘରର ଏକ ଦୁଇ ସ୍ଥାନରେ ଲାଇଟ୍ ଲାଗିଛି । ଏମିତି ଉପାୟ ଅବଲମ୍ବନ କରାଯାଇଛି ଯେ , ଯାହା ପୂରା ଘରକୁ ଆଲୋକିତ କରିବ । ଏହି ଘରେ ମଧ୍ୟ ସୋଲାର୍ ପ୍ୟାନେଲ୍ ଓ ବାୟୋଗ୍ୟାସ୍ ର ବ୍ୟବହାର ହୁଏ । ଏହି କାରଣରୁ ଏହି ଘରେ ମାସରେ କେବଳ ୪ୟୁନିଟ୍ ବିଜୁଳି ବିଲ୍ ଆସେ ।
( ସୈାଜନ୍ୟ- ଦୈନିକ ଜାଗରଣ )