ମୋତେ ବୟସ, ମ୍ୟାଡାମଙ୍କୁ ଦରମା କଥା ପଚାର ନାହିଁ ! ଟ୍ୱିଟରରେ ଜବାବ ଦେଲେ ସୁଷମା ସ୍ୱରାଜଙ୍କ ସ୍ୱାମୀ

33

ସୋସିଆଲ ମିଡ଼ିଆରେ ବେଶ୍ ତତ୍ପର ରହୁଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ହେଲେ ତାଙ୍କ ସ୍ୱାମୀ ସ୍ୱରାଜ କୈାଶଳ ସବୁବେଳେ ଖବର ଠାରୁ ଦୂରରେ ରହିବାକୁ ପସନ୍ଦ କରିଥାନ୍ତି । ତେବେ ଅନେକ ସମୟରେ ସ୍ୱରାଜଙ୍କ ଗୋଟିଏ ଗୋଟିଏ ଟ୍ୱିଟ୍ ହସିବାର ଖୋରାକ୍ ଯୋଗାଇଥାଏ ।

ନିକଟରେ ଜଣେ ୟୁଜର ଟ୍ୱିଟ୍ କରି ସ୍ୱରାଜଙ୍କୁ ପଚାରିଥିଲେ ଯେ, ‘ ସାର୍ ଦୟାକରି କହିବେ, ସୁଷମା ମ୍ୟାଡାମଙ୍କ ଦରମା କେତେ ? ’ ଏହାର ଏକ ରୋଚକ ଜବାବ ଦେଇଥିଲେ ସ୍ୱରାଜ । କହିଥିଲେ , ‘ଦେଖ , ମୋର ବୟସ ଓ ମ୍ୟାଡାମଙ୍କ ଦରମା କେବେବି ପଚାରନି , ଏହା ଜମା ଭଲ କଥା ନୁହେଁ ’ ।

କିଛି ଦିନ ତଳେ ଏହିଭଳି ଏକ ରୋଚକ ଜବାବ ଦେଇ ଚର୍ଚ୍ଚାକୁ ଆସିଥିଲେ ସ୍ୱରାଜ । ତାଙ୍କୁ ଜଣେ ପଚାରିଥିଲେ , ଆପଣ କାହିଁକି ସୁଷମା ସ୍ୱରାଜଙ୍କୁ ଫଲୋ କରୁନାହାଁନ୍ତି ? ଏହାର ଜବାବରେ ସେ କହିଥିଲେ – କାରଣ ଏୟା ଯେ ମୁଁ ଲିବିୟା କିମ୍ବା ୟମେନରେ ଫସିଯାଇ ନାହିଁ ।
(ସୌଜନ୍ୟ – ଇଣ୍ଡିଆ ଟାଇମ୍ସ)